www.samajalive.in
Monday, December 15, 2025
26.1 C
Bhubaneswar

ମକର ସଂକ୍ରାନ୍ତି: ବାସ୍‌ ଏହି ଜିନିଷ ଦାନ କଲେ, ମିଳିବ ସୂର୍ଯ୍ୟ-ଶନିଙ୍କ କୃପା, ବର୍ଷଯାକ ଧନ, ଗ୍ରହ ଦୋଷ, ରୋଗରୁ ମୁକ୍ତି..

ମକର ସଂକ୍ରାନ୍ତି ପର୍ବର ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି। ଗ୍ରହର ରାଜା ସୂର୍ଯ୍ୟଦେବତା ଶନିଙ୍କ ରାଶି ମକର ରାଶିରେ ପ୍ରବେଶ କଲେ ମକର ସଂକ୍ରାନ୍ତି ପାଳନ କରାଯାଏ । ମକର ସଂକ୍ରାନ୍ତି ଅବସରରେ ଲୋକେ ନଦୀରେ ସ୍ନାନ ସହ ଦାନ ମଧ୍ୟ କରନ୍ତି । ଏହି ଦିନ ଭଗବାନ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ । ଚଳିତ ବର୍ଷ ମକର ସଂକ୍ରାନ୍ତି ଅବସରରେ ୨ଟି ଜିନିଷ ଦାନ କରିବା ଦ୍ୱାରା ସୂର୍ଯ୍ୟ ଓ ଶନିଙ୍କ ବିଶେଷ କୃପା ପ୍ରାପ୍ତି ହେବ । ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହେବା ସହ ସୁଖ-ସମୃଦ୍ଧି ବୃଦ୍ଧି ହେବ । ବର୍ଷଯାକ ମା’ଲକ୍ଷ୍ମୀଙ୍କ କୃପା ସହ ଧନର ଅଭାବ ଆଦୌ ହେବ ନାହିଁ ।

ଗୁଡ – ମକର ସଂକ୍ରାନ୍ତି ଦିନ ସକାଳେ ସ୍ନାନ କରିବା ପରେ ସ୍ୱଚ୍ଛ ପୋଷାକ ପିନ୍ଧନ୍ତୁ । ଏହାପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ପୂଜାର୍ଚ୍ଚନା କରନ୍ତୁ । ଏହାପରେ ସୂର୍ଯ୍ୟଙ୍କୁ ସ୍ମରଣ କରି ଗୁଡ ଦାନ କରନ୍ତୁ । ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ବିଶେଷ କୃପା ମିଳିବା ସହ ଶରୀର ଆରୋଗ୍ୟ ରହିଥାଏ ।

୪ ଜାନୁଆରୀରେ ବୁଧ ଚଳନ; ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ହଠାତ୍‌ ଧନ, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

କଳା ରାଶି – ଗୁଡ ସହ କଳା ରାଶି ମଧ୍ୟ ଦାନ କରି ପାରିବେ । କଳା ରାଶି ଦାନ କରିବା ଦ୍ୱାରା ଶନିଦେବ ଶାନ୍ତ ସହ ପ୍ରସନ୍ନ ହୋଇ ଥାଆନ୍ତି । ଶନି ଦେବଙ୍କ କୃପା ପ୍ରାପ୍ତି ହୋଇଥାଏ ।

କାହିଁକି କରିବେ ଗୁଡ, କଳା ରାଶି ଦାନ..
ମାନ୍ୟତା ଅନୁସାରେ ସୂର୍ଯ୍ୟଦେବ ପ୍ରଥମ ଥର ଶନି ଦେବଙ୍କ ଘରକୁ ଆସିବା ପରେ ସେ ନିଜ ପିତାଙ୍କୁ କଳା ରାଶି ଅର୍ପଣ କରିଥିଲେ । ଏଥିରେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥିଲେ । ତେଣୁ ଏହି କାରଣରୁ ମକର ସଂକ୍ରାନ୍ତିରେ କଳା ରାଶି ଦାନ କଲେ ଅତ୍ୟନ୍ତ ଶୁଭଫଳ ମିଳିବା ସହ ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ । ସୂର୍ଯ୍ୟ ଓ ଶନିଦେବଙ୍କ ଆଶୀର୍ବାଦ ମିଳିଥାଏ ।

ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ, କେଉଁ ବୟସରେ ହେବ ଆପଣଙ୍କ ବିବାହ..

ମକର ସଂକ୍ରାନ୍ତି ଅବସରରେ ସ୍ନାନ ପରେ ଅନ୍ନ, ଗୁଡ, କଳା ରାଶି, ଗୁଡ, ପୋଷାକ ଆଦି ଦାନ କରିବା ଉଚିତ୍‌ । ଲୋକେ ଏହି ଦିନ ଖେଚେଡି, ବିରି ଡାଲି, ପନିପରିବା ଦାନ ମଧ୍ୟ କରନ୍ତି । ଏହାଦ୍ୱାରା ଜାତକରେ ଥିବା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ । ପୂର୍ବପୁରୁଷଙ୍କୁ ସ୍ମରଣ କରି ଦାନ କଲେ ପୂର୍ବ ପୁରୁଷ ମଧ୍ୟ ଖୁସି ଓ ସନ୍ତୁଷ୍ଟ ହୋଇଥାନ୍ତି ।

ସାବଧାନ୍‌; ଆସିଲା ନୂଆ ଟ୍ରାଫିକ୍‌ ନିୟମ, ଏଣିକି ଚାଲାଣ କଟିବ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories