୫ ପରେ କମିବ ଶୀତ!
ଭୁବନେଶ୍ୱର : ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ଗତ କିଛି ଦିନ ମଧ୍ୟରେ ରାତ୍ରି ତାପମାତ୍ରାରେ ହ୍ରାସ ହେବା ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏହାସହ ରାତି ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଆସନ୍ତା ୫ ତାରିଖ ପରେ ରାଜ୍ୟରେ ଶୀତ କମିବା ସମ୍ଭାବନା ରହିଛି । ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ ପ୍ରଭାବରେ ଶୀତ କମିବ । ପଶ୍ଚିମା ଝଡ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ । ଏହାସହ ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ । ଏହାର ପ୍ରଭାବରେ ୫ ତାରିଖ ପରଠାରୁ ରାତି ତାପମାତ୍ରା ବୃଦ୍ଧି ପାଇବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
୪ ଜାନୁଆରୀରେ ବୁଧ ଚଳନ; ଏହି ୫ ରାଶି ହେବେ ମାଲାମାଲ୍, ମିଳିବ ହଠାତ୍ ଧନ, ଖୋଲିବ ବନ୍ଦ ଭାଗ୍ୟର ତାଲା..
ସାବଧାନ୍; ଆସିଲା ନୂଆ ଟ୍ରାଫିକ୍ ନିୟମ, ଏଣିକି ଚାଲାଣ କଟିବ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା..
Comments are closed.