www.samajalive.in
Saturday, December 6, 2025
26.1 C
Bhubaneswar

ସିଆଇଡି ରାଡାରରେ ଗିଲଙ୍କ ସମେତ ୪ କ୍ରିକେଟର, ହୋଇପାରେ ଜେରା

ସମାଜ ଡିଜିଟାଲ ଡେସ୍କ: ପଞ୍ଜି ସ୍କିମ ଠକେଇ ମାମଲାର ତଦନ୍ତ କରୁଥିବା ଗୁଜରାଟ ସିଆଇଡି ସ୍କାନରରେ ରହିଛନ୍ତି ଆଇପିଏଲ ଟିମ ଗୁଜରାଟ ଟାଇଟନ୍ସର ୪ ଖେଳାଳି। ସେମାନଙ୍କୁ ସିଆଇଡି ଜେରା କରିବାର ସମ୍ଭାବନା ରହିଛି। ଏହି ୪ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶୁଭବନ ଗିଲ, ମୋହିତ ଶର୍ମା, ରାହୁଲ ତେୱାତିଆ ଏବଂ ସାଇ ସୁଦର୍ଶନ। ଗତ ଶୁକ୍ରବାର ସିଆଇଡି ବିଜେ ଗ୍ରୁପ ମାଲିକ ଭୁପେନ୍ଦ୍ର ସିଂହ ଝାଲାଙ୍କୁ ମେହସାନାରୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା ପରେ ଯେଉଁ ତଥ୍ୟ ମିଳିଛି ତାହାକୁ ଆଧାର କରି ସିଆଇଡି ଏହି ୪ କ୍ରିକେଟରଙ୍କୁ ଜେରା କରିବା ନେଇ ସୂଚନା ମିଳିଛି।

ସୂଚନା ଅନୁସାରେ, ପଞ୍ଜି ସ୍କିମରେ ୬ ହଜାର କୋଟି ଟଙ୍କାର ଦୁର୍ନୀତି ମାମଲାର ତଦନ୍ତ କରୁଛି ସିଆଇଡି। ଏଥିରେ ଗୁଜରାଟ ଟାଇଟନ୍ସ ଟିମର କିଛି ଖେଳାଳିଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତକାରୀ ସଂସ୍ଥାକୁ ସୁରାକ ମିଳିଛି। ଏହି ଠକେଇ ମାମଲାରେ ଜଣେ ହେଲେ ବି ନିବେଶକ ସାମ୍ନାକୁ ଆସି ପୁଲିସ ନିକଟରେ ଅଭିଯୋଗ କରିନାହାନ୍ତି। ପୁଲିସ ଝାଲାଙ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା କରିଛି। ଭାରତୀୟ କ୍ରିକେଟ ଦଳର ଯେଉଁ ଖେଳାଳିମାନେ କମ୍ପାନୀର ଏହି ଦୁର୍ନୀତିପୂର୍ଣ୍ଣ ସ୍କିମରେ ନିବେଶ କରିଛନ୍ତି ସେମାନଙ୍କୁ ପଚରାଉଚରା କରାଯିବ ବୋଲି ସିଆଇଡି ପକ୍ଷରୁ କୁହାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories