www.samajalive.in
Saturday, December 6, 2025
19.1 C
Bhubaneswar

ନୂଆବର୍ଷ ୨୦୨୫ : ରାହୁ କରିବେ ଚଳନ, ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁଙ୍କୁ ମାୟାବୀ ଗ୍ରହ ବୋଲି କୁହାଯାଏ । ରାହୁ ଗୋଟିଏ ରାଶିରେ ୧୮ ମାସ ରହି ଥାନ୍ତି । ବର୍ଷ ୨୦୨୫ ଖୁବ୍‌ ଖାସ୍‌ ଓ ମହତ୍ତ୍ୱପୂର୍ଣ୍ଣ । କାରଣ ଏହି ବର୍ଷ ରାହୁ ରାଶି ପରିବର୍ତ୍ତନ କରିବେ । ରାହୁ ବର୍ତ୍ତମାନ ମୀନ ରାଶିରେ ବିରାଜମାନ ରହିଥିବା ବେଳେ ୧୮ ମେ’ରେ କୁମ୍ଭ ରାଶିରେ ଚଳନ କରିବେ । କାରଣ ରାହୁ ସର୍ବଦା ଓଲଟା ଚଳନ କରି ଥାନ୍ତି । ୧୮ ମାସ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ରାହୁ ରାଶି ପରିବର୍ତ୍ତନ କରିବା ଦ୍ୱାରା ୧୨ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ କି ପ୍ରଭାବ ପଡିବ ଜାଣନ୍ତୁ..

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ଏକାଦଶ ଭାଗରେ ହେବାକୁ ଯାଉଛି । ଏହାଫଳରେ ମନସ୍କାମନା ପୂରଣ ସହ ବନ୍ଧୁର ସହଯୋଗରେ ସଫଳତା ପାଇବେ । ରାହୁ ଚଳନ ଫଳରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଅନେକ ଯୋଜନା ସଫଳ ହେବ । ଯାତ୍ରାର କରି ଲାଭବାନ୍‌ ହେବେ । ନୂଆ କାମ ଆରମ୍ଭ କରିବେ ।

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ଦଶମ ଭାଗରେ ହେବାକୁ ଯାଉଛି । ଏହାଦ୍ୱାରା କର୍ମକ୍ଷେତ୍ରରେ ଉନ୍ନତି କରିବେ । ସଫଳତା ମିଳିବ । ପୈତୃକ ସମ୍ପତ୍ତିରୁ ଲାଭବାନ୍‌ ହେବେ । ବିଦେଶ ଯାତ୍ରାର ଯୋଗ ରହିଛି । ପୁରୁଣା ରୋଗରୁ ମୁକ୍ତି ମିଳିବ । ଶତ୍ରୁ ପରାସ୍ତ ହେବେ ।

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ଭାଗ୍ୟ ସ୍ଥାନ ଅର୍ଥାତ୍‌ ୯ମ ଭାଗରେ ହେବାକୁ ଯାଉଛି । ଏହାଦ୍ୱାରା ବ୍ୟକ୍ତି ଭାଗ୍ୟ ଓ ଧର୍ମର ବିଚାର କରିବେ । ଭାଗ୍ୟର ସାଥ୍‌ ମିଳିବ । ଯାତ୍ରାର ଯୋଗ ରହିଛି ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ଅଷ୍ଟମ ଭାଗରେ ହେବାକୁ ଯାଉଛି । ଧନ ଖର୍ଚ୍ଚର ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ବିବାଦ ହୋଇପାରେ ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ସପ୍ତମ ଭାଗରେ ହେବାକୁ ଯାଉଛି । ଏହାଦ୍ୱାରା ବିବାହର ଯୋଗ ଆସିଥାଏ । ମିଶ୍ରିତ ଫଳ ମିଳିବ । ବ୍ୟବସାୟରେ ବିସ୍ତାର ହେବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ ।

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ଷଷ୍ଠ ଭାଗରେ ହେବାକୁ ଯାଉଛି । ଉତ୍ତମ ଫଳ ମିଳିବ । ଚାକିରିରେ ଉନ୍ନତି ହେବ । ବିଦେଶ ସମ୍ପର୍କରୁ ଲାଭ ମିଳିବ । କର୍ମକ୍ଷେତ୍ରରେ ସମ୍ମାନ ମିଳିବ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ପଞ୍ଚମ ଭାଗରେ ହେବାକୁ ଯାଉଛି । ଶିକ୍ଷା, ବୁଦ୍ଧି ଓ ସନ୍ତାନଙ୍କ ଉନ୍ନତି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ୪ର୍ଥ ଭାଗରେ ହେବାକୁ ଯାଉଛି । ସମ୍ପତ୍ତି ପାଇଁ ଖର୍ଚ୍ଚାନ୍ତ ହୋଇ ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ ।

ବାସ୍ତୁ : ଜାଣନ୍ତୁ ଶୟନ କକ୍ଷରେ ମନିପ୍ଲାଣ୍ଟ ରଖିବେ କି ନାହିଁ ..

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ୩ୟ ଭାଗରେ ହେବାକୁ ଯାଉଛି । ଭାଗ୍ୟର ସାଥ୍‌ ସହ ଶୁଭଫଳ ମିଳିବ । ଯାତ୍ରାର ଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ବ୍ୟବସାୟରେ ବୃଦ୍ଧି ହେବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ ।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ୨ୟ ଭାଗରେ ହେବାକୁ ଯାଉଛି । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବଡ ଚାକିରିର ଯୋଗ ରହିଛି । ସରକାରୀ ଚାକିରି କରୁଥିବା ବ୍ୟକ୍ତି ବିଶେଷ ଅଧିକ ଲାଭବାନ୍‌ ହେବେ ।

କୁମ୍ଭ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ଲଗ୍ନରେ ହିଁ ହେବ । ଅଧିକ ଉତ୍ସାହିତ ହେବେ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଜୀବନସାଥୀଙ୍କ ଆଗମନ ହୋଇପାରେ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି ।

ମୀନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜାତକରେ ରାହୁ ଚଳନ ଦ୍ୱାଦଶ ଭାଗରେ ହେବାକୁ ଯାଉଛି । ଧନ ଖର୍ଚ୍ଚ କମ୍‌ କରନ୍ତୁ । ପେଟ ଜନିତ ସମସ୍ୟା ହୋଇପାରେ ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories