www.samajalive.in
Sunday, December 7, 2025
23.1 C
Bhubaneswar

ବାସ୍ତୁ : ଜାଣନ୍ତୁ ଶୟନ କକ୍ଷରେ ମନିପ୍ଲାଣ୍ଟ ରଖିବେ କି ନାହିଁ ..

ବାସ୍ତୁ ଶାସ୍ତ୍ରରେ ମନି ପ୍ଲାଣ୍ଟକୁ ସୁଖ-ସମୃଦ୍ଧି ଓ ଆର୍ଥିକ ଉନ୍ନତିର ପ୍ରତୀକ ବୋଲି କୁହାଯାଏ । ମାନ୍ୟତା ଅନୁଯାୟୀ, ଏହି ଗଛ କେବଳ ଘରେ ଧନର ଅଭାବକୁ ଦୂର କରି ଧନ ଓ ସମୃଦ୍ଧିକୁ ଆକର୍ଷିତ କରେ ତାହା ନୁହେଁ ବରଂ ଘରକୁ ସକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରିଥାଏ । ବାସ୍ତୁ ଅନୁସାରେ ମନିପ୍ଲାଣ୍ଟକୁ ସଠିକ୍‌ ଦିଗ ଓ ନିୟମର ସହ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ ସେହିପରି ଭୁଲ୍‌ ଦିଗରେ ରଖିଲେ ବିପରୀତ ଫଳ ମିଳିଥାଏ । ଅଧିକାଂଶ ସମୟରେ ଦେଖିଥିବେ ଲୋକେ ମନିପ୍ଲାଣ୍ଟକୁ ନିଜ ଶୟନ କକ୍ଷରେ ଲଗାଇ ଥାନ୍ତି । ମାତ୍ର ବାସ୍ତୁ ଅନୁଯାୟୀ ଏହା ଠିକ୍‌ କି? ଅନେକ ଲୋକେ ଏହା ଜାଣି ନଥାନ୍ତି । ତେବେ ଜାଣନ୍ତୁ ବାସ୍ତୁ ଅନୁସାରେ ମନିପ୍ଲାଣ୍ଟକୁ ଶୟନ କକ୍ଷରେ ରଖିବା ଉଚିତ୍‌ କି ନୁହେଁ..

ଶୟନ କକ୍ଷରେ ବାସ୍ତୁ ଅନୁସାରେ ମନିପ୍ଲାଣ୍ଟ ଗଛ ଲଗାଇ ପାରିବେ। ମାତ୍ର ଏହାକୁ ସଠିକ୍‌ ଦିଗରେ ରଖିବା ଜରୁରୀ। ମନିପ୍ଲାଣ୍ଟକୁ ଶୟନ କକ୍ଷରେ ଦକ୍ଷିଣ-ପୂର୍ବ ଦିଗରେ ରଖିବା ସବୁଠାରୁ ଶୁଭ ବୋଲି କୁହାଯାଏ । ଏହାଦ୍ୱାରା ଆର୍ଥିକ କ୍ଷେତ୍ର ସହ ସମ୍ପର୍କ ମଜଭୁତ ହୋଇଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ନୂଆବର୍ଷର ପ୍ରଥମ ଦିନରେ ଧନଲକ୍ଷ୍ମୀ ସହ ବଡ ରାଜଯୋଗ ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସ୍ଥିର ହେବ ବିବାହ..

- Advertisement -

ଶୟନ କକ୍ଷରେ ସଠିକ୍‌ ଦିଗରେ ମନିପ୍ଲାଣ୍ଟ ରଖିବା ଦ୍ୱାରା ପତି-ପତ୍ନୀଙ୍କ ସମ୍ପର୍କରେ ମଧୁରତା ଆସିଥାଏ। ଅଯଥାରେ କଳହ ହୋଇନଥାଏ । ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ସହ ହସଖୁସିର ବାତାବରଣ ରହିଥାଏ। ଧନକୁ ଆକର୍ଷିତ କରିଥାଏ।

ବାସ୍ତୁ ଅନୁସାରେ ମନିପ୍ଲାଣ୍ଟକୁ ଘରେ ଲଗାଇବାର ସବୁଠାରୁ ଶୁଭ ଦିନ ହେଉଛି ଶୁକ୍ରବାର। ପତି-ପତ୍ନୀଙ୍କ ମଧ୍ୟରେ ଅଶାନ୍ତି ଓ କଳହ ଲାଗି ରହୁଥିଲେ ଶୁକ୍ରବାର ଦିନ ଶୟନ କକ୍ଷରେ ମନିପ୍ଲାଣ୍ଟ ଆଣି ରଖନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

ବୀଭତ୍ସ; ଏଥିପାଇଁ ମାଆ ସହ ୪ ଭଉଣୀଙ୍କ ହାତ ଶିରା କାଟି ହତ୍ୟାକଲା ପୁଅ..

ଏହାକୁ ସିଧାସଳଖ ଭୂମିରେ ଲଗାନ୍ତୁ ନାହିଁ । ଏହାକୁ କାଚ କିମ୍ବା ମାଟି ପାତ୍ରରେ ଲଗାଇ ପାରିବେ । ଏହାସହ ନୀଳ କିମ୍ବା ସବୁଜ ରଙ୍ଗର କାଚ ପାତ୍ରରେ ଲଗାଇବା ଶୁଭଙ୍କର।

ସଠିକ୍‌ ଭାବେ ମନିପ୍ଲାଣ୍ଟର ଦେଖାଶୁଣା କଲେ ଘରେ ଶାନ୍ତି, ଧନ ଓ ହସଖୁସିର ବାତାବରଣ ସର୍ବଦା ରହିଥାଏ । ଟଙ୍କା ଅଭାବ ଦୂର ହୋଇ ଆୟରେ ବୃଦ୍ଧି ହୋଇଥାଏ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଓ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ନୂଆବର୍ଷରେ ପହିଲାରୁ ହେଲା ଏହି ୫ଟି ବଡ ପରିବର୍ତ୍ତନ; ତାଲିକାରେ ୟୁପିଆଇ,ଏଲପିଜି..

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories