www.samajalive.in
Saturday, December 13, 2025
26.1 C
Bhubaneswar

ପୁଞ୍ଜିପଥରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି- ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡଙ୍ଗରବୁଢା ପୀଠ ପୁଞ୍ଜିପଥର ମନ୍ଦିରଠାରେ ରବିବାର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମେ ଡଙ୍ଗରବୁଢା ବାବାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଂଘର ସଭାପତି ଅଶ୍ବିନୀ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ମେହେର ,ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ,  ଗୁରୁଦୟାଲ ହଂସ, ଉପସଭାପତି ସୁଧାକର ଦାସ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ ଯୋଗ ଦେଇଥିଲେ । ଉପ ସଭାପତି ଅଶୋକ ନାରାୟଣ ଭୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ନୂତନ ସଦସ୍ୟ ସୁଶାନ୍ତ ବେହେରା ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାମ୍ବାଦିକ ମାନଙ୍କ ସୁରକ୍ଷା,ସମ୍ମାନ ଏବଂ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା।

ଆଗାମୀ ଦିନରେ ସଂଘର ରାଜ୍ୟ ସ୍ତରୀୟ ସାମ୍ବାଦିକ ସମାବେଶ ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅଞ୍ଚଳର ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସମାଧାନ ସମ୍ପର୍କରେ ଆଲୋଚନା କରାଯିବା ସହ, ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରିବା ସହ ପେଶାଦାର ସାମ୍ବାଦିକ ମାନଙ୍କୁ ସଂଘରେ ସାମିଲ ନେଇ ଆଲୋଚନା କରାଯାଇଥିଲା। ସଂଘର ସଦସ୍ୟ ମାନଙ୍କୁ ରାଜ୍ୟ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ପରିଚୟ ପତ୍ର ସଦସ୍ୟ ମାନଙ୍କୁ ପ୍ରଦାନ କରାଯାଇଥିଲା ।ଏହି ଅଞ୍ଚଳର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଅବହେଳିତ ଅବସ୍ଥାରେ ରହିଥିବା ପୁଞ୍ଜିପଥର ଡ଼ଙ୍ଗରବୁଢା ପୀଠର ସାମଗ୍ରିକ ବିକାଶ ସହ ପର୍ଯ୍ୟଟନସ୍ଥଳୀ ମାନ୍ୟତା ନେଇ ଦାବି ଉଠିଥିଲା ।ଏଥିରେ ସଂଘର ଅନ୍ତର୍ଯ୍ୟାମୀ ସାହୁ,ଜିଲ୍ଲା ସଙ୍ଘ ର କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ  ଜୀବନାନନ୍ଦ ମହାନ୍ତି,ରାଧେଶ୍ୟାମ ମେହେର କୈଳାସ ସଗରିଆ, ତ୍ରିନାଥ ସାହୁ,ଅଜିତ ମିଶ୍ର, ବିମଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ସ୍ୱେଚ୍ଛାସେବୀ ପ୍ରଭୁଲାଲ ବେହେରା, କୋଶଳୀ କବି ଭକ୍ତବନ୍ଧୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories