www.samajalive.in
Sunday, December 14, 2025
26.1 C
Bhubaneswar

ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଦୋଳ ମହୋତ୍ସବ

ଭୁବନେଶ୍ୱର : ଗୋଟିଏ ପଟେ ବିଶ୍ୱନାଥ ମନ୍ଦିର ନିକଟରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ, ମା’ ପାର୍ବତୀ, ମା’ ଦୁର୍ଗା, ଶ୍ରୀବାସୁଦେବଙ୍କ ଦୋଳବେଦୀରେ ଝୁଲୁଥିବା ବେଳେ ସମ୍ମୁଖରେ ଦୋଳଗୋବିନ୍ଦ ଦୋଳବେଦୀରେ ବସି ପୂଜା ପାଇଥିଲେ। ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାକୁ ଭଣ୍ଡାରଘରୁ ଅଣାଯାଇ ପାଲିଙ୍କି ଓ ବିମାନରେ ବିରାଜମାନ କରାଯାଇ ଶତାଧିକ ଭକ୍ତ ଠାକୁରଙ୍କୁ ଚାଚେରି ଭୋଗ କରିବା ସହ ଫଗୁ ଲାଗି କରିଥିଲେ। ଶ୍ରୀଲିଙ୍ଗରାଜଙ୍କ ଭଉଣୀ ଘର ବଢ଼େଇବାଙ୍କ ନିକଟସ୍ଥ ବଡ଼ମଠରେ ଥିବା ମା’ କାମାକ୍ଷା ଠାକୁରାଣୀଙ୍କ ପାଖକୁ ଯାତ୍ରା କରି ପୂଜା ସହ ଭେଟ ଆଳତୀ ହେବା ପରେ ଦେବାଦେବୀ ଦୋଳଭୋଗ ଖାଇଥିଲେ ଏବଂ ହର୍ବାଲ ଫଗୁ ଲାଗି କରାଯାଇଥିଲା।

ପ୍ରତିବର୍ଷ ପରେ ଚଳିତ ବର୍ଷ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦୋଳଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପ ଠାରେ ଦୋଳ ମହୋତ୍ସବ ୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏକାମ୍ର ସାଂସ୍କୃତିକ ପ୍ରକାଶନୀର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭଜନ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ତଥା ସଂସ୍ଥାର ଉପସଭାପତି ବାବୁ ସିଂ, ବିଜେପି ରାଜ୍ୟ ଶାଖାର ପୂର୍ବତନ ସଭାପତି ତଥା ସଂସ୍ଥାର ଉପସଭାପତି ସମୀର ମହାନ୍ତି, ପିସିସି ଉପସଭାପତି ତଥା ବରିଷ୍ଠ ଉପଦେଷ୍ଟା ଶିବାନନ୍ଦ ରାୟ, ରଶ୍ମି ମହାପାତ୍ର, ଅନୁଷ୍ଠାନର ସାଧାରଣ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଅନୁଷ୍ଠାନ ଯୁଗ୍ମ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ବାବନ ଚନ୍ଦ୍ର ମହାପାତ୍ର, ପ୍ରମୋଦ କୁମାର ଦାସ, ସୁଧୀର ରଞ୍ଜନ ଜେନା, କେଦାରନାଥ ମହାପାତ୍ର, ପ୍ରତାପ ପଟ୍ଟନାୟକ ଓ କାର୍ଯ୍ୟାଳୟ ସମ୍ପାଦକ ବିଶ୍ୱନାଥ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

- Advertisement -

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କ ସଂଯୋଜନାରେ କଣ୍ଠଶିଳ୍ପୀ ଉପେନ୍ଦ୍ର ପ୍ରଧାନ, ଶରତ ନାୟକ, ପବିତ୍ର ପାତ୍ର, ରଶ୍ମିତା ଦାସ, ପଦ୍ମୟା ସ୍ୱାଇଁ, ଶୁଭଜ୍ୟୋତି, ଅନିନ୍ଦିତା ଦାସ, ରୋଜାଲିନ ପଟ୍ଟନାୟକ, ଜ୍ୟୋତିର୍ମୟୀ ଦ୍ୱିବେଦୀ, ପ୍ରିୟଙ୍କା ମହାପାତ୍ର, ସ୍ପନ୍ଦନିକା ପଟ୍ଟନାୟକ ଓ ସଂଚିତା ମିଶ୍ର ପ୍ରମୁଖ ୧୩ଜଣ ଭଜନ ପରିବେଷଣ କରିଥିଲେ। ଏହି ସଂଗୀତ କାର୍ଯ୍ୟକ୍ରମରେ ଅନନ୍ତ, ମୁନା, ସରୋଜ, ଚିନ୍ମୟ, ରାଜେନ୍ଦ୍ର ଓ ସନାତନ ପ୍ରମୁଖ ସହାୟତା କରିଥିଲେ। ବିଧାୟକ ବାବୁ ସିଂ ଭଜନ ପରିବେଶଣ କରିଥିବା ସମସ୍ତ କଳାକାରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories