www.samajalive.in
Monday, December 15, 2025
17.1 C
Bhubaneswar

ଘୋଷଣା ହେଲା ନୂଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ର ଟାଇଟଲ

ଭୁବନେଶ୍ବର : ଲକ୍ଷେଶ୍ୱର ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ଚଳଚ୍ଚିତ୍ର “ଚକ୍ରାନ୍ତ” ର ଟାଇଟଲ ଘୋଷଣା ହୋଇଯାଇଛି। ଏ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ପିନୁ ନାୟକ ଅଛନ୍ତି। କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଓ ସଂଳାପ ରଚନା କରିଛନ୍ତି ଜିତେନ୍ଦ୍ର କୁମାର ବରାଳ ।

ରହସ୍ୟ ଓ ରୋମାନ୍ସ ସହ ସଙ୍ଘର୍ଷରତ ପୁଅ ଓ ଝିଅର ଭବିଷ୍ୟତ ସମୟରେ ଆସୁଥିବା ସମସ୍ୟା ଓ ସମାଧାନ କଥା କହିବ ଏ କାହାଣୀ । କାହାଣୀରେ ଫ୍ୟାମିଲି ଡ୍ରାମା , ଲଭ , ରୋମାନ୍ସ ,ଯୁବପିଢ଼ିଙ୍କ ସଂଘର୍ଷ ଓ ଭବିଷ୍ୟତ ସମୟର ଗତିବିଧି ଉପରେ ଆଲୋକପାତ କରାଯାଇଛି । କାହାଣୀରେ  ଦୋଳ ପର୍ବକୁ ମଧ୍ୟ ଦର୍ଶାଯାଇଛି। ସିନେମାରେ ଗାଁ ପରିବେଶ ତଥା ଆମ ମାଟିର ବାସ୍ନା ଦର୍ଶକ ପାଇବେ ବୋଲି କହିଛନ୍ତି ନିର୍ମାତା । ମୁଖ୍ୟ ଭୂମିକାରେ ଶୁଭାଶିଷ ଶର୍ମା , ହରିହର ମହାପାତ୍ର , ଭୂମିକା , ଧରିତ୍ରୀ ଖଣ୍ଡୁଆଳ , ଚୌଧୁରୀ ଜୟପ୍ରକାଶ ଦାସ ନଜର ଆସିବେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories