www.samajalive.in
Sunday, December 14, 2025
14.1 C
Bhubaneswar

ସଡକ ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷା ଦେଇଥିବା ୨ ମୃତ

ପାଟଣା : ଘଟଗାଁ ଥାନା ଅଞ୍ଚଳ ବାରହାଟିପୁରା ନିକଟସ୍ଥ ଦେହୁରୀପଡା କେନାଲ ନିକଟରେ ରାସ୍ତା ପାର୍ଶ୍ଵରେ ଥିବା ଏକ ସିମେଣ୍ଟ କଂକ୍ରିଟ ଫଳକରେ ପିଟି ହୋଇ ଗତକାଲି ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ମାଟ୍ରିକ ପରୀକ୍ଷା ଦେଇଥିବା ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଗତକାଲି ଅପରାହ୍ନରେ ଘଟିଥିବା ଏହି ଘଟଣାରେ ହରିଚନ୍ଦନପୁର ବ୍ଲକ ଠାକୁରପଡା ଗ୍ରାମର ଶିବାନନ୍ଦ ମହାରଣା (୧୬) ଏବଂ ରାଇଡିହା ଗ୍ରାମର ସୌମ୍ୟରଞ୍ଜନ ମହାନ୍ତ(୧୬) ଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଜଣକ ଠାକୁରପଡ଼ା ଗ୍ରାମର ସିଦ୍ଧାନ୍ତ ମହାରଣା(୨୦) ବୋଲି ଜଣାପଡିଛି। ମୃତ ଓ ଗୁରୁତର ମାନେ ସାନ୍ତରାପୁର ଗ୍ରାମକୁ ହୋଲି ଖେଳିବା ପାଇଁ ଆସି ଫେରିବା ରାସ୍ତାରେ ସେମାନଙ୍କ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସୂଚନା ଯୋଗ୍ୟ ଯେ ହୋଲି ଖେଳିବା ପାଇଁ ସେମାନେ ବାଇକ୍ ମଧ୍ୟ ମାଗି କରି ଆଣିଥିଲେ । ଏନେଇ ଘଟଗାଁ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ଆଜି ପୁଲିସ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories