www.samajalive.in
Saturday, December 13, 2025
21.1 C
Bhubaneswar

ସଡକ ଦୁର୍ଘଟଣାରେ ମାଟ୍ରିକ ପରୀକ୍ଷା ଦେଇଥିବା ୨ ମୃତ

ପାଟଣା : ଘଟଗାଁ ଥାନା ଅଞ୍ଚଳ ବାରହାଟିପୁରା ନିକଟସ୍ଥ ଦେହୁରୀପଡା କେନାଲ ନିକଟରେ ରାସ୍ତା ପାର୍ଶ୍ଵରେ ଥିବା ଏକ ସିମେଣ୍ଟ କଂକ୍ରିଟ ଫଳକରେ ପିଟି ହୋଇ ଗତକାଲି ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ମାଟ୍ରିକ ପରୀକ୍ଷା ଦେଇଥିବା ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଗତକାଲି ଅପରାହ୍ନରେ ଘଟିଥିବା ଏହି ଘଟଣାରେ ହରିଚନ୍ଦନପୁର ବ୍ଲକ ଠାକୁରପଡା ଗ୍ରାମର ଶିବାନନ୍ଦ ମହାରଣା (୧୬) ଏବଂ ରାଇଡିହା ଗ୍ରାମର ସୌମ୍ୟରଞ୍ଜନ ମହାନ୍ତ(୧୬) ଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଜଣକ ଠାକୁରପଡ଼ା ଗ୍ରାମର ସିଦ୍ଧାନ୍ତ ମହାରଣା(୨୦) ବୋଲି ଜଣାପଡିଛି। ମୃତ ଓ ଗୁରୁତର ମାନେ ସାନ୍ତରାପୁର ଗ୍ରାମକୁ ହୋଲି ଖେଳିବା ପାଇଁ ଆସି ଫେରିବା ରାସ୍ତାରେ ସେମାନଙ୍କ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସୂଚନା ଯୋଗ୍ୟ ଯେ ହୋଲି ଖେଳିବା ପାଇଁ ସେମାନେ ବାଇକ୍ ମଧ୍ୟ ମାଗି କରି ଆଣିଥିଲେ । ଏନେଇ ଘଟଗାଁ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ଆଜି ପୁଲିସ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories