www.samajalive.in
Tuesday, December 9, 2025
16.1 C
Bhubaneswar

ବୀଭତ୍ସ; ଏଥିପାଇଁ ମାଆ ସହ ୪ ଭଉଣୀଙ୍କ ହାତ ଶିରା କାଟି ହତ୍ୟାକଲା ପୁଅ..

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ନୂଆବର୍ଷରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ପରିବାରର ହିଁ ୫ ଜଣଙ୍କୁ ହତ୍ୟା କରିଛି। ଯାହା ହଇଚଇ ସୃଷ୍ଟି କରିଛି। ନାକା ଥାନା ଅନ୍ତର୍ଗତ ସ୍ଥିତ ଏକ ହୋଟେଲରେ ଏହି ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୪ ଭଉଣୀ ଓ ମାଆ ଅଛନ୍ତି। ଏହି ହତ୍ୟାକାଣ୍ଡ ପରେ ପୁଲିସ ଅଭିଯୁକ୍ତ ପୁଅକୁ ତୁରନ୍ତ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଆଗ୍ରା ଜିଲାର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହତ୍ୟାକାଣ୍ଡର କାରଣ ପରିବାରିକ କଳହ ବୋଲି ପ୍ରାଥମିକ ତଦନ୍ତରୁୁ ଜଣାପଡିଛି । ଖାଦ୍ୟରେ ନିଶା ପଦାର୍ଥ ମିଶାଇବା ସହ ହାତର ଶିରାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ମଧ୍ୟ ରହିଛି।

ନୂଆବର୍ଷର ପ୍ରଥମ ଦିନରେ ଧନଲକ୍ଷ୍ମୀ ସହ ବଡ ରାଜଯୋଗ ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସ୍ଥିର ହେବ ବିବାହ..

- Advertisement -

ମିଳିଥିବା ସୂଚନାନୁଯାୟୀ, ଅଭିଯୁକ୍ତ ଗତକାଲି ହିଁ ହୋଟେଲ ପହଞ୍ଚିଥିଲା । ଏହି ହୋଟେଲ ଲଖନଉର ଚାରବାଗ୍‌ ରେଳ ଷ୍ଟେସନର ନିକଟରେ ରହିଛି। ବୁଧବାର ସକାଳେ ଘଟଣା ବିଷୟରେ ଖବର ପାଇ ପୁଲିସ ତୁରନ୍ତ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ହୋଟେଲରୁ ୫ ଜଣଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ହୋଟେଲର ଯେଉଁ କକ୍ଷରେ ଏହି ପରିବାର ରହିଥିଲା, ସେଠାରେ ପୁଲିସ ଖାଲି ରକ୍ତ ଛିଟା ହିଁ ଦେଖିବାକୁ ପାଇଥିଲା । ଅଭିଯୁକ୍ତର ବାପାଙ୍କ ଏଯାଏଁ କୌଣସି ପତ୍ତା ମିଳିନଥିବା ବେଳେ ପୁଲିସ ତାଙ୍କୁ ଖୋଜାଖୋଜି ଜାରି ରଖିଛି ।

ନୂଆବର୍ଷରେ ପହିଲାରୁ ହେଲା ଏହି ୫ଟି ବଡ ପରିବର୍ତ୍ତନ; ତାଲିକାରେ ୟୁପିଆଇ,ଏଲପିଜି..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories