www.samajalive.in
Sunday, December 7, 2025
26.1 C
Bhubaneswar

ନୂଆବର୍ଷର ପ୍ରଥମ ଦିନରେ ଧନଲକ୍ଷ୍ମୀ ସହ ବଡ ରାଜଯୋଗ ; ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସ୍ଥିର ହେବ ବିବାହ..

ନୂଆବର୍ଷ ୨୦୨୫ର ଆଗମନ ହୋଇ ସାରିଛି । ଲୋକେ ପରସ୍ପରକୁ ନୂଆ ବର୍ଷର ଅଭିନନ୍ଦନ ଜଣାଉଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂଆବର୍ଷର ପ୍ରଥମ ଦିନ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ୧ ଜାନୁଆରୀରେ ଅନେକ ବଡ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ । ତେବେ ଜାଣନ୍ତୁ ଏହି ରାଜଯୋଗ ଫଳରେ କେଉଁ କେଉଁ ରାଶି ଭାଗ୍ୟଶାଳୀ ହେବେ..

ଶାସ୍ତ୍ର ଅନୁସାରେ ଆଜି ଚନ୍ଦ୍ରମା ମକର ରାଶିରେ ପ୍ରବେଶ କରିବେ । ଏହି ରାଶିରେ ପୂର୍ବରୁ ହିଁ ମଙ୍ଗଳ ବିରାଜମାନ ରହିଛନ୍ତି । ଚନ୍ଦ୍ରମା ଓ ମଙ୍ଗଳ ଏକାଠି ହୋଇ ଧନଯୋଗ ନିର୍ମାଣ ହେବ । ଏହାସହ ଶନି ଦେବ ନିଜର ମୂଳ ତ୍ରିକୋଣ ରାଶିରେ ରହିବେ । ଏହା ଫଳରେ ଶଶ ରାଜଯୋଗ ନିର୍ମାଣ ହେବ । ଜାନୁଆରୀ ୧ରେ କୁମ୍ଭ ରାଶିରେ ଶନି ଗ୍ରହ ଓ ରାହୁ ଏକାଠି ହେବାକୁ ଯାଉଛନ୍ତି । ଏହାର ଅନେକ ଶୁଭ ପରିମାଣ ମିଳିବ । ଏହା ବ୍ୟତୀତ ମଙ୍ଗଳ ନିଜ ନୀଚ୍ଚ ରାଶି କର୍କଟରେ ରହି ଧନ ଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରିବେ । ରାଶି ଉପରେ ପ୍ରଭାବ..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ପରିବାରରେ ହସଖୁସି, ସୁଖଶାନ୍ତିର ବାତାବରଣ ରହିବ । ବାପା-ମାଆଙ୍କ ଆଶୀର୍ବାଦ ମିଳିବ । ମନ୍ଦିର ଦର୍ଶନ କରିବେ । ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିବ ।

କେମିତି କଟିବ ନୂଆବର୍ଷ ୨୦୨୫.. ମେଷ ଠାରୁ ମୀନ: ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାର ହେବ ନୂଆ ଚାକିରି, ବିବାହ, ନୂଆଘର, ସୁନା ଭଳି ଚମକିବ ଭାଗ୍ୟ..

କନ୍ୟା – ପରିଶ୍ରମ କରି ଅନେକ କ୍ଷେତ୍ରରେ ସଫଳତା ପାଇବେ । ଅତିରିକ୍ତ ଦାୟିତ୍ୱ ମିଳିବ । ପରିବାର ସହ ଭ୍ରମଣର ଯୋଗ ରହିଛି । ଆମଦାନୀର ସ୍ରୋତ ବୃଦ୍ଧି ହେବ । ଫଳରେ ମାନସିକ ଦୁଃଶ୍ଚିନ୍ତା ଦୂର ହୋଇ ମନ ଖୁସି ରହିବ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଶୁଭଫଳ ମିଳିବ । ପରିବାର ସହ ମନ୍ଦିର କିମ୍ବା କିଛି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ହଠାତ୍‌ ଧନ ପ୍ରାପ୍ତି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories