www.samajalive.in
Tuesday, November 18, 2025
16.1 C
Bhubaneswar

ଏଥର ହୋଲିରେ ୨୪ କ୍ୟାରେଟ୍‌ ସୁନାର ଗୂଜିଆ, ଜାଣନ୍ତୁ ଦାମ୍‌ କେତେ?

ନୂଆଦିଲ୍ଲୀ : ହୋଲି ପର୍ବ ଆସିବାର କିଛି ଦିନ ପୂର୍ବରୁ ହିଁ ବଜାରରେ ଭଳିକି ଭଳି ମିଠା ଜିନିଷ ବିକ୍ରି ହେବା ଆରମ୍ଭ ହୋଇଯାଏ । ମାତ୍ର କାନପୁରରେ ଗୋଟିଏ ମିଠା ଦୋକାନ ଏଭଳି ଏକ ମିଠା ଜିନିଷ ପ୍ରସ୍ତୁତ କରିଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏଠାରେ ୨୪ କ୍ୟାରେଟ୍‌ର ସୁନାର ଗୂଜିଆ (କରଞ୍ଜି ପିଠା) ବିକ୍ରି କରାଯାଉଛି । ଯାହା ନିଜର ଚମକ ଓ ଭିନ୍ନ ସ୍ୱାଦ କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ଖାସ୍‌ ଗୂଜିଆକୁ ଖାଦ୍ୟ ଯୋଗ୍ୟ ୨୪ କ୍ୟାରେଟ୍‌ ସୁନାର ଆସ୍ତରଣର ବ୍ୟବହାର କରାଯାଇଛି । ଏହାର ପ୍ରସ୍ତୁତ ଶୈଳୀ ଓ ସ୍ୱାଦ ଖୁବ୍‌ ଖାସ୍‌। ଏଥିରେ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟ୍ସ, କେସର ଓ ଶୁଦ୍ଧ ଦେଶୀ ଘିଅର ବ୍ୟବହାର କରାଯାଇଛି । ଫଳରେ ଏହାର ସ୍ୱାଦ ଦ୍ୱିଗୁଣିତ ହୋଇ ଯାଇଛି।

- Advertisement -

ଏହାର ଦାମ୍‌ ସାଧାରଣ ଗୂଜିଆ ଠାରୁ ଅଧିକ। ରିପୋର୍ଟ ଅନୁଯାୟୀ, ଗୋଟିଏ ସୁନା ଗୂଜିଆ ଦାମ୍‌ ହଜାର ଟଙ୍କା। ମାତ୍ର ମିଠା ପ୍ରେମୀ ଓ ଦାମୀ ଜିିନିଷ କିଣିବାକୁ ପସନ୍ଦ କରୁଥିବା ଗ୍ରାହକ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି।

ସୁନା ଗୂଜିଆର ଖବର ସାମ୍ନାକୁ ଆସିବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାକୁ ଲାଗିଲା । ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଚଳିତ ବର୍ଷର ହୋଲି ଭିନ୍ନ ଉପାୟରେ ପାଳନ କରାଯିବ ବୋଲି ଲୋକେ କହିଛନ୍ତି।

ପୂର୍ବରୁ ମଧ୍ୟ ହୋଲିରେ ସୁନାର ଆସ୍ତରଣ ବ୍ୟବହାର କରାଯାଇ ଅନେକ ମିଠା ପ୍ରସ୍ତୁତ କରାଯାଇଛି । ମାତ୍ର ହୋଲି ଅବସରରେ ସୁନା ଗୂଜିଆ ପ୍ରଥମ ଥର କାନପୁରରେ ଆକର୍ଷଣର କେନ୍ଦ୍ର ପାଲଟିଛି।

ସୁନା ଗୂଜିଆ ବିଷୟରେ ଜାଣିବା ପରେ ଲୋକେ ଏହାକୁ ଦେଖିବାକୁ ଓ କିଣିବାକୁ ଦୋକାନରେ ପହଞ୍ଚି ସାରିଛନ୍ତି। ଚଳିତ ଥର ସୁନାର ଗୂଜିଆ ହୋଲିକୁ ଖାସ୍‌ କରିବାକୁ ଯାଉଛି।

୧୫ ମାର୍ଚ୍ଚରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶି ହେବେ ମାଲାମାଲ୍‌..

 

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories