୧୫ ମାର୍ଚ୍ଚରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶି ହେବେ ମାଲାମାଲ୍..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ଚଳନ କରି ଥାନ୍ତି । ଏହାଦ୍ୱାରା ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ମଧ୍ୟ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ଦେଶ ଦୁନିଆ ସହ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ ପଡିଥାଏ । ଚଳିତ ବର୍ଷ ୧୪ ମାର୍ଚ୍ଚରେ ଦୋଳ ଓ ୧୫ ମାର୍ଚ୍ଚରେ ହୋଲି ପର୍ବ ପାଳନ କରାଯାଉଛି । ଏହାସହ ୧୫ ମାର୍ଚ୍ଚରେ ସୂର୍ଯ୍ୟ ଦେବତା ମୀନ ରାଶିରେ ଚଳନ କରିବେ । ଏହାସହ ବୁଧ ଗ୍ରହଙ୍କ ସହ ଏକାଠି ହେବେ । ଦୀର୍ଘ ୧ବର୍ଷ ପରେ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେବେ । ଏହି ରାଜଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ । ମାନ-ସମ୍ମାନ ବୃଦ୍ଧି ପାଇବା ସହ ଏମାନେ ମାଲାମାଲ୍ ହେବେ..
ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ରାଜଯୋଗ ଶୁଭଙ୍କର ହେବ । କାରଣ ରାଶିଙ୍କ ଚଳନ ଓ ଏକାଠି ହେବା ଏହି ରାଶିଙ୍କ ଜାତକରେ ୧୦ମ ସ୍ଥାନରେ ହେବାକୁ ଯାଉଛି । ଆୟରେ ଜବରଦସ୍ତ ବୃଦ୍ଧି ହେବ । ସନ୍ତାନଙ୍କ ସହ ଜଡିତ ସୁଖ ପ୍ରାପ୍ତି ହେବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ବ୍ୟବସାୟୀ ଲାଭବାନ୍ ହେବେ । ଚାକିରି କ୍ଷେତ୍ରରେ ବଡ ଦାୟିତ୍ୱ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ ।
ମିଥୁନ- କର୍ମକ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରିବେ । ଅଟକି ଥିବା ଅନେକ କାମ ପୂରଣ ହେବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ନୂଆ ଚାକିରିର ଯୋଗ ରହିଛି । ଚାକିରିରେ ପଦନ୍ନୋତି ହେବ । ବ୍ୟବସାୟୀଙ୍କୁ ନୂଆ ନୂଆ କାମ ମିଳିବ ।
କୁମ୍ଭ- ବୁଦ୍ଧାଦିତ୍ୟ ରାଜଯୋଗ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ ସକରାତ୍ମକ ଫଳ ପ୍ରଦାନ କରିବ । ହଠାତ୍ ଧନ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ମଧ୍ୟରେ ମଧୁରତା ରହିବ । ବ୍ୟବସାୟୀ ଲାଭବାନ୍ ହେବେ ।
ହୋଲି ଆଉ ଅଳ୍ପ ଦିନ.. ଜାଣନ୍ତୁ ରାଶି ଅନୁଯାୟୀ କେଉଁ ରଙ୍ଗରେ ଖେଳିଲେ ମିଳେ ସଫଳତା, ଧନ, ଚମକେ ଭାଗ୍ୟ..
Comments are closed.