www.samajalive.in
Sunday, December 7, 2025
18.1 C
Bhubaneswar

ଏଥର ହୋଲିରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ :ଏହି ରାଶି କିଣିବେ ଜମି, ଘର, ହେବ ବିବାହ, ଚମକିବ ଭାଗ୍ୟ..

ହୋଲି ପର୍ବକୁ ଆଉ ଅଳ୍ପ ଦିନ ବାକି । ଚଳିତ ବର୍ଷର ହୋଲି ଶନିବାର ଅର୍ଥାତ୍‌ ୧୫ ମାର୍ଚ୍ଚରେ ପାଳନ କରାଯିବ । ତେବେ ଚଳିତ ବର୍ଷ ହୋଲିରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ଏହି ଦିନ ଗୋଟିଏ ରାଶିରେ ଅନେକ ଗ୍ରହ ଏକାଠି ହେବାକୁ ଯାଉଛନ୍ତି । ତେବେ ଜାଣନ୍ତୁ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବ ମାତ୍ର କେଉଁ କେଉଁ ରାଶି ବିଶେଷ ଭାଗ୍ୟଶାଳୀ ହେବେ..

ଗ୍ରହଙ୍କ ଶୁଭ ସଂଯୋଗ ଫଳରେ ୪ ରାଶି ବ୍ୟକ୍ତି ବିଶେଷଙ୍କୁ ଜବରଦସ୍ତ ଲାଭ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ସହ ଗୋଟିଏ ପରେ ଗୋଟିଏ କାମରେ ସଫଳତା ପାଇବେ । ଚାକିରି, କର୍ମକ୍ଷେତ୍ରରେ ଉନ୍ନତି ସହ ହଠାତ୍‌ ଧନ ପ୍ରାପ୍ତି ହେବ । ଅଟକି ଥିବା କାମ ମଧ୍ୟ ସହଜରେ ପୂରଣ ହେବ ।

- Advertisement -

ବୃଷ- ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ସକରାତ୍ମକ ଫଳ ପ୍ରଦାନ କରିବ । ଶ୍ୱଶୁର ଘର ଓ ଜୀବନସାଥୀଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମ ସମ୍ପର୍କ ମଜଭୁତ ହେବ। ଘରେ ହସଖୁସିର ଆଗମନ ହେବ। କର୍ମକ୍ଷେତ୍ର ଓ ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ। ମନ ଶାନ୍ତ ରହିବ। ସଠିକ୍‌ ନିଷ୍ପତ୍ତି ନେବେ। ଧାର୍ମିକ ସ୍ଥଳକୁ ଯାତ୍ରା କରିବାର ଯୋଗ ରହିଛି।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ । କୋର୍ଟ କଚେରୀ ମାମଲାରେ ଶୁଭଫଳ ମିଳିବ । ବିବାଦ ଦୂର ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ। ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ।

ମକର- ଗ୍ରହଙ୍କ ଅଦ୍ଭୁତ ସଂଯୋଗ ଫଳରେ ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ। ଭାଗ୍ୟ ସୁନା ଭଳି ଚମକିବ। ଶୁଭ ଖବର ମିଳିବ। ଧନ ବୃଦ୍ଧି ହେବ। ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ। ହଠାତ୍‌ ଧନ ପ୍ରାପ୍ତି ହେବ । କଳହ ଓ ଅଶାନ୍ତି ଦୂର ହେବ । ଧନ ସଞ୍ଚୟ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ସଫଳତା ହାସଲ କରିବେ। ମାନ-ସମ୍ମାନ ବୃଦ୍ଧି ହେବ।

ମୀନ- ଘରେ ଶାନ୍ତି ଓ ଖୁସିର ଆଗମନ ହେବ । ସୂର୍ଯ୍ୟ, ବୁଧ ଓ ଶୁକ୍ରଙ୍କ ଏକାଠି ହେବା ଫଳରେ ନୂଆ ବ୍ୟବସାୟ ଆରମ୍ଭ କରିବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ଦେଖନ୍ତୁ ଭିଡିଓ; କୁକୁରକୁ କେମିତି ଝାମ୍ପି ନେଲା କୁମ୍ଭୀର

 

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories