ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ: ସୋମବାର ରାଶିଫଳ

ମେଷ: ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଗଭୀର ଜ୍ଞାନ-ଅଭିଜ୍ଞତା ଅର୍ଜନ କରି ରାଜ ସିଂହାସନରେ ଉପବିଷ୍ଟ ହେବାର ସୂଚନା ମିଳୁଛି। ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ।
ବୃଷ: ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରି ଶୁଭଫଳ ପ୍ରାପ୍ତ ହେବେ। ଭୋଗୀ ହେବେ। ଧନ ଲାଭର ସୂଚନା ମିଳୁଛି। ବହୁ ବିଦ୍ୟାରେ ପାରଙ୍ଗମ ହେବେ। ରୋହିଣୀ ଓ କୃତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ମିଥୁନ: ପୁନର୍ବସୁ ଓ ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି ଧର୍ମ କଥାନୁରକ୍ତ ହେବେ। ସନ୍ମାର୍ଗୀ ହେବେ। ବୁଦ୍ଧି, ବିଦ୍ୟା ଅର୍ଜନ କରି ଶ୍ରେଷ୍ଠ କର୍ମଯୁକ୍ତା ବହୁ ସମ୍ପଦଯୁକ୍ତ ହେବେ। ଆଦ୍ରା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ ପ୍ରାପ୍ତ ହେବ। କର୍କଟ: ପୁନର୍ବସୁ ଓ ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ଧନଶାଳୀ ହେବେ। ସ୍ତ୍ରୀ, ପୁତ୍ରସମ୍ପନ୍ନ ହୋଇପାରନ୍ତି। ରାତି ୫ ଘଣ୍ଟା ୪୭ ମିନିଟ୍ ପରେ ଅଶ୍ଲେଷା ନକ୍ଷତ୍ର ଜାତ ବ୍ୟକ୍ତି ବିଦ୍ବାନ୍, ଆଦରଣୀୟ, ହର୍ଷଯୁକ୍ତ ଓ ଦାନୀ ହେବେ।
ସିଂହ: ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ପ୍ରାପ୍ତ ହେବେ। ଭୋର ୫ଟା ୪୭ ପରେ ପୂର୍ବା ଫାଲ୍ଗୁନୀର ଶୁଭଫଳ ପ୍ରାପ୍ତ ହେବ।
କନ୍ୟା: ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ହନ୍ତା ହେବା ଆଶା କରାଯାଏ। ଋଣ ପରିଶୋଧର ସୁଯୋଗ ମିଳିବ। ଭୋର ୫ଟା ୪୭ ମିନିଟ୍ ପରେ ହସ୍ତା ନକ୍ଷତ୍ରଜାତ ବ୍ୟକ୍ତି ପ୍ରତିଯୋଗିତାରେ ବିଜୟୀ ହେବେ।
ତୁଳା: ଚିତ୍ରା, ବିଶାଖା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାରିବାରିକ ଜୀବନ ସୁଖମୟ ହେବ। ବିଭିନ୍ନ ସ୍ତରରୁ ଧନାଗମ ହେବ। ଦାମ୍ପତ୍ୟ ସୁଖ ମିଳିବ। ଭୋର ୫ଟା ୪୭ ପରେ ସ୍ବାତୀ ନକ୍ଷତ୍ର ଜାତ ବ୍ୟକ୍ତି ବିଦ୍ୟାଭ୍ୟାସୀ ହେବେ।
ବିଛା: ବିଶାଖା ଓ ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି ଦାନଧର୍ମରେ ଦୀକ୍ଷିତ ହେବେ। କୃଷି ବଳରେ ବଳୀୟାନ୍ ହୋଇପାରନ୍ତି। ପରିଶ୍ରମ କଠିନ ହୋଇପାରେ। ରାତି ୫ଟା ୪୭ ପରେ ଜ୍ୟେଷ୍ଠା ନକ୍ଷତ୍ରର ବହୁ ଶୁଭଫଳ।
ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଦୃଢ଼ ରହିବ। ଉପୁଜିଥିବା ଅଶାନ୍ତି ଦୂର ହେବ। ରାତି ୫ଟା ୪୭ ମିନିଟ୍ ପରେ ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ଦେବ ଦର୍ଶନ ଶୁଭମୟ ହେବ।
ମକର: ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ସହିଷ୍ଣୁ ଓ କୀର୍ତ୍ତିମାନ୍ ହେବେ। ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି କର୍ତ୍ତବ୍ୟ ପଥରେ ଆରୁଢ଼ ହେବେ।
କୁମ୍ଭ: ପୂର୍ବାଭାଦ୍ର ଓ ଧନିଷ୍ଠା ନକ୍ଷତ୍ରାଜତ ବ୍ୟକ୍ତି ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ରାତି ୫ଟା ୪୭ ମିନିଟ୍ ପରେ ଶତଭିଷା ନକ୍ଷତ୍ରର ସୌଭାଗ୍ୟ ବୃଦ୍ଧି ହେବ।
ମୀନ: ପୂର୍ବାଭାଦ୍ର ଓ ଉତ୍ତରାଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତି କର୍ମଚଞ୍ଚଳ ରହିବେ। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ରେବତୀ ନକ୍ଷତ୍ରଜାତ ବ୍ୟକ୍ତି ସାହସୀ ହେବେ।
Comments are closed.