www.samajalive.in
Saturday, December 6, 2025
15.1 C
Bhubaneswar

ଜଳିଗଲା ଦୁଇ ବଖରା ଦୋକାନ ଘର: ୮ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ବାସୁଦେବପୁର: ନୟକାଣିଡ଼ିହି ଥାନା ଗଦଲା ଗାଁରେ ଅଘଟଣ। ଦୁଇ ବଖରା ଦୋକାନ ଘର ସହ ପାଖପାଖି ୮ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଛି। ଦୁଇଟି ବାଇକ ମଧ୍ୟ ଜଳିଯାଇଛି। ଦୋକାନରେ କେହି ନିଆଁ ଲଗାଇ ଦେଇଥିବା ବ୍ୟବସାୟୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ବିପନ୍ନ ବ୍ୟବସାୟୀ ଜଣକ ଗଦଳା ଗାଁର ଅଶୋକ କୁମାର ନାୟକ ବୋଲି ଜଣାପଡିଛି । ଅଶୋକ ଗତକାଲି  ରାତିରେ  ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ବିଳମ୍ବିତ ରାତିରେ ଦୋକାନରେ ନିଆଁ ଲାଗିଯାଇଥିଲା। ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖୁବ କମ ସମୟ ମଧ୍ୟରେ ଦୁଇ ବଖରା ଆଜବେଷ୍ଟସ ଦୋକାନ ଘର ସମେତ ଦୋକାନର ସମସ୍ତ ସାମଗ୍ରୀ ଜଳିଯାଇଥିଲା। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories