www.samajalive.in
Wednesday, December 10, 2025
18.1 C
Bhubaneswar

ଜାତୀୟ ରାଜପଥରୁ ଦୁଇ ଯୁବକଙ୍କୁ ଅପହରଣ

ଗୋପାଳପୁର : ଜାତୀୟ ରାଜପଥ ନଂ ୧୬ ହଳଦିଆ ପଦର ଚକ୍ର ଅନତିଦୂରରେ ଆଜି ରାତି ପ୍ରାୟ ୮ ଟା ୩୦ ମିନିଟ ସମୟରେ ମୋଟରସାଇକେଲରେ ଯାଉଥିବା ଦୁଇଜଣ ଯୁବକଙ୍କୁ କାରରେ ଆସି ଅପହରଣ କରାଯାଇଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ମୋଟରସାଇକେଲ (ଓ ଆର ୩୧ କେ ୫୯୦୧) ଯୋଗେ ବ୍ରହ୍ମପୁର ଯାଉଥିବାବେଳେ ହଳଦିଆ ପଦରଠାରେ ଥିବା ରାଜାରାଣୀ ଆବାସ ସମ୍ମୁଖରେ କାରରେ ଜୋରଜବରଦସ୍ତ ମୋଟରସାଇକେଲରେ ଯାଉଥିବା ଦୁଇ ଯୁବକଙ୍କୁ ଅପହରଣ କରିଥିଲେ। ଅପହରଣ ପରେ କାରଟି ଭୁବନେଶ୍ବର ପଟକୁ ଦ୍ରୁତ ଗତିରେ ପଳାଇଯାଇଥିବା ଜଣାପଡିଛି। ବର୍ତ୍ତମାନ ରାସ୍ତା କଡରେ ମୋଟରସାଇକେଲଟି ପଡ଼ି ରହିଥିବାବେଳେ ଗୋଳନ୍ଥରା ଓ ଗୋଷାଣୀ ନୂଆଗାଁ ଥାନା ଇଲାକାରେ ଏହା ଆସୁଛି ନା ନାହିଁ ତାହା ଜଣାପଡ଼ିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେବ ବୋଲି ଜଣାପଡିଛି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories