ଭୁବନେଶ୍ବର : ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ବଙ୍ଗୁଆରୀ ଗ୍ରାମର ଭଗବତ ବାସୁଦେବଙ୍କ ପୀଠସ୍ଥଳୀରେ ୩୫ତମ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୁରୁବାରଠାରୁ ଆରମ୍ଭ ହୋଇ ୩ ଦିନ ଚାଲିବା ପରେ ଶନିବାର ଏହା ସମାପ୍ତ ହୋଇଛି । ଏହି ଅବସରରେ ନାମଯଜ୍ଞ ହେବା ସହ ପ୍ରସାଦ ସେବନ ହୋଇଥିଲା । ଶେଷ ଦିନ ନଗର ସଂକୀର୍ତ୍ତନ ହେବା ସହ ବାଦିପାଲା ଅନୁଷ୍ଠିତ ହୋଇଥିଲା । ଅନେକ ସଂଖ୍ୟାରେ ଲୋକେ ଏକାଠି ହୋଇ ବାଦିପାଲାକୁ ଉପଭୋଗ କରିବା ସହ ପ୍ରସାଦ ସେବନ କରିଥିଲେ । କମିଟିର ଅଧ୍ୟକ୍ଷ ଦୟାନିଧି ସାହୁ, ସେକ୍ରେଟେରୀ ଲିଙ୍ଗରାଜ ସାହୁ ଓ କ୍ୟାସିୟର ଅଲେଖ ଚରଣ ସାହୁ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ବ ତୁଲାଇଥିଲେ । ଅନ୍ୟ ସଦସ୍ୟମାନେ ଯଥା ନବକିଶୋର ପ୍ରଧାନ, ବସନ୍ତ ମହାନ୍ତି, ବସନ୍ତ ସାହୁ, ମାନସ ରଞ୍ଜନ ରାଉତରାୟ, ସୁଶାନ୍ତ କୁମାର ସାହୁ, ଶୈଳଚନ୍ଦ୍ର ରାଉତରାୟ, ଭରତ ଚନ୍ଦ୍ର ସାହୁ, ମନୋହ ସାହୁ, ଦୀପକ କୁମାର ସାହୁ, ସୁବାଷ କୁମାର ମହାନ୍ତି, ନରେନ୍ଦ୍ର ସାହୁ, ପ୍ରହଲ୍ଲାଦ ସାହୁ, ଦିବାକର ସାହୁ, ଦୁଷ୍ମନ୍ତ ସାହୁ, ସତ୍ୟନାରାୟଣ ରାଉତରାୟ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ ।
Popular Categories



