www.samajalive.in
Saturday, December 13, 2025
26.1 C
Bhubaneswar

ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ରାୟଗଡ଼ା : ଶନିବାର ରାୟଗଡ଼ାରେ ଦୁଇଟି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଶନିବାର ସଂଧ୍ୟାରେ ରାୟଗଡ଼ା କୋରାପୁଟ ଛକରୁ ନୂଆ ସାହି ଯିବା ରାସ୍ତାରେ ଜଣେ ବ୍ୟକ୍ତିଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ସାନ ଚାନ୍ଦିଲିର କେ.ଭେଙ୍କେଟ(୫୩) ବୋଲି ଜଣାପଡିଛି। ଗତକାଲି ସେ କୈାଣସି କାମରେ ରାୟଗଡ଼ା ଆସିଥିଲେ । ଫେରିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ବାଇକ୍ ଦୁର୍ଘଟଣା ହେବାରୁ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ଖବର ପାଇ ରାୟଗଡ଼ା ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ ସହିତ ଆଜି ବ୍ୟବଛେଦ କରିବା ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏ ନେଇ ରାୟଗଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।
ସେହିପରି ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ତୁମ୍ବିଗୁଡାର ଗୈାରୀ ଉଲ୍ଲାକା(୪୫)ଙ୍କ ମୃତ୍ୟୁ ହୋଇଛି। ଗତକାଲି ସଂଧ୍ୟାରେ ସେ ରିଲାଏନ୍ସ ମଲ ନିକଟରୁ ନିଜ ଘର ତୁମ୍ବିଗୁଡାକୁ ଚାଲି ଚାଲି ଯାଉଥିବା ବେଳେ ଏକ ବାଇକ୍ ଆସି ତାଙ୍କୁ ପଛପଟୁ ଧକ୍କା ଦେବା ଫଳରେ ଗୈାରୀ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ପରିବାରବର୍ଗ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ଖବର ପାଇ ପୁଲିସ ମୃତଦେହ ଜବତ କରି ମେଡିକାଲରେ ବ୍ୟବଛେଦ କରାଇଛି । ଏ ନେଇ ଆଉ ଏକ ମାମଲା ରାୟଗଡ଼ା ଥାନାରେ ରୁଜ୍ଜୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ସିସିଟିଭି ଫୁଟେଜ ଆଧାରରେ ଠାବ କରିବାକୁ ଚେଷ୍ଟା ଚାଲିଥିବା ସବ୍ଇନିପେକ୍ଟର ବି. ସାହୁ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories