www.samajalive.in
Monday, December 8, 2025
13.1 C
Bhubaneswar

ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ରାୟଗଡ଼ା : ଶନିବାର ରାୟଗଡ଼ାରେ ଦୁଇଟି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଶନିବାର ସଂଧ୍ୟାରେ ରାୟଗଡ଼ା କୋରାପୁଟ ଛକରୁ ନୂଆ ସାହି ଯିବା ରାସ୍ତାରେ ଜଣେ ବ୍ୟକ୍ତିଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ସାନ ଚାନ୍ଦିଲିର କେ.ଭେଙ୍କେଟ(୫୩) ବୋଲି ଜଣାପଡିଛି। ଗତକାଲି ସେ କୈାଣସି କାମରେ ରାୟଗଡ଼ା ଆସିଥିଲେ । ଫେରିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ବାଇକ୍ ଦୁର୍ଘଟଣା ହେବାରୁ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ଖବର ପାଇ ରାୟଗଡ଼ା ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ ସହିତ ଆଜି ବ୍ୟବଛେଦ କରିବା ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏ ନେଇ ରାୟଗଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।
ସେହିପରି ଅନ୍ୟ ଏକ ସଡ଼କ ଦୁର୍ଘଟଣାରେ ତୁମ୍ବିଗୁଡାର ଗୈାରୀ ଉଲ୍ଲାକା(୪୫)ଙ୍କ ମୃତ୍ୟୁ ହୋଇଛି। ଗତକାଲି ସଂଧ୍ୟାରେ ସେ ରିଲାଏନ୍ସ ମଲ ନିକଟରୁ ନିଜ ଘର ତୁମ୍ବିଗୁଡାକୁ ଚାଲି ଚାଲି ଯାଉଥିବା ବେଳେ ଏକ ବାଇକ୍ ଆସି ତାଙ୍କୁ ପଛପଟୁ ଧକ୍କା ଦେବା ଫଳରେ ଗୈାରୀ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରି ପରିବାରବର୍ଗ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ଖବର ପାଇ ପୁଲିସ ମୃତଦେହ ଜବତ କରି ମେଡିକାଲରେ ବ୍ୟବଛେଦ କରାଇଛି । ଏ ନେଇ ଆଉ ଏକ ମାମଲା ରାୟଗଡ଼ା ଥାନାରେ ରୁଜ୍ଜୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ସିସିଟିଭି ଫୁଟେଜ ଆଧାରରେ ଠାବ କରିବାକୁ ଚେଷ୍ଟା ଚାଲିଥିବା ସବ୍ଇନିପେକ୍ଟର ବି. ସାହୁ ପ୍ରକାଶ କରିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories