www.samajalive.in
Wednesday, December 10, 2025
15.1 C
Bhubaneswar

ଯୁବକଙ୍କୁ ଖଣ୍ତାରେ ଆକ୍ରମଣ, ଥାନାରେ ଅଭିଯୋଗ

ଆଠଗଡ : ହୋଲିରେ ଆଠଗଡ ଥାନା ଅଧିନରେ ଏକ ଅଭାବନୀୟ ଘଟଣା ଘଟି ଜନୈକ ଯୁବକଙ୍କୁ ଖଣ୍ତାରେ ଆକ୍ରମଣ ହୋଇଥିବା ନେଇ ଆଠଗଡ ଥାନାରେ ଅଭିଯୋଗ ହୋଇଛି। ଆଠଗଡ ଥାନା ଅନ୍ତର୍ଗତ ମେଘା ପଞ୍ଚାୟତ କଦମ୍ବପାଟଣା ଗ୍ରାମର ଧନେଶ୍ୱର ପତ୍ରୀଙ୍କ ପୁତ୍ର ରିଙ୍କୁ ପତ୍ରୀ (୨୩), ରିଙ୍କୁର ଭାଇ ସତ୍ୟରଞ୍ଜନ ଓ ଦୁଇ ଜଣ ସାଙ୍ଗଙ୍କ ସହ ମହାନଦୀକୁ ହୋଲି ପାଳନ କରିବା ପରେ ଦିନ ୨ଟାରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବାକୁ ଯିବା ସମୟରେ ମୁଣ୍ତଳି ମହାନଦୀ ପୂର୍ବରୁ ଥିବା ବନ୍ଧବାଶେଳି ମନ୍ଦିର ନିକଟରେ ବାଙ୍କୀ ଥାନା ଅନ୍ତର୍ଗତ ରାମଚଣ୍ଡୀ ଗ୍ରାମର ଆକାଶ ରାଉତ, ଆଶିଷ ରାଉତ, ମୁକେଶ ଓ ତାଙ୍କ ସହ ଥିବା ୩ଜଣ  ଯୁବକଙ୍କ ସହ କୌଣସି କାରଣରୁ  ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଆକାଶ ହାତରେ ଧରିଥିବା ଧାରୁଆ ଖଣ୍ତାରେ ରିଙ୍କୁର ମୁଣ୍ତକୁ ଆକ୍ରମଣ କରିଥିଲା, ରିଙ୍କୁ ତଳେ ପଡି ଯିବା ପରେ ତାହାର ଡାହାଣ ହାତ ପାପୁଲି କୁ ମଧ୍ୟ ଆକ୍ରମଣ କରିଥିଲା। ରିଙ୍କୁର ଭାଇ ତାଙ୍କୁ ଉଦ୍ଧାର କରୁଥିବା ବେଳେ ତାକୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରଧର କରିଥିଲେ।

ଘଟଣା ସ୍ଥଳରେ ଗ୍ରାମର କିଛି ଲୋକ ପହଞ୍ଚିଯିବା ପରେ ସେମାନେ ପଳାଇ ଯାଇଥିଲେ। ନଗଦ ଟଙ୍କା ଓ ସୁନା ଚେନକୁ ମଧ୍ୟ ସେମାନେ  ଛଡାଇ  ନେଇଯାଇଛନ୍ତି। ତୁରନ୍ତ ରିଙ୍କୁକୁ ଆଠଗଡ ଉପଖଣ୍ତ ଚିକିତ୍ସାଳୟକୁ ଅଣାଯାଇଥିଲା, ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ରିଙ୍କୁ ର ମୁଣ୍ଡରେ ୧୦ଟି ଷ୍ଟିଚ  ଓ ପାପୁଲିରେ ୫ଟି ଷ୍ଟିଚ ପଡ଼ିଥିବା ଜଣାପଡିଛି। ଘଟଣା ସମ୍ପର୍କରେ ରିଙ୍କୁ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଠଗଡ ଥାନାର କେଶ ନମ୍ବର ୬୩/୨୫ ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ଆକ୍ରମଣକାରୀ ଯୁବକଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ଥିବା ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories