www.samajalive.in
Monday, December 15, 2025
14.1 C
Bhubaneswar

ପାକିସ୍ତାନ ସହ ସମସ୍ତ ଶାନ୍ତି ଉଦ୍ୟମ ପ୍ରତାରଣା ପାଲଟିଛି

ନୂଆଦିଲ୍ଲୀ : ପାକିସ୍ତାନ ସହିତ ଶାନ୍ତି ପ୍ରତିଷ୍ଠା କରିବା ଲାଗି ଭାରତ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛି।  ମାତ୍ର ଭାରତର ପ୍ରତ୍ୟେକଟି ଉଦ୍ୟମ ପ୍ରତାରଣା ଓ ଶତ୍ରୁତାରେ ଶେଷ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ​‌ମୋଦୀ କହିଛନ୍ତି। ଏପରି ପ୍ରତାରଣା ସତ୍ତ୍ବେ ପାକିସ୍ତାନର ଦିନେ ନା ଦିନେ ବୁଦ୍ଧି ଉଦୟ ହେବ ଓ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେବାର ଆଶା ଭାରତ ରଖିଛି। ଆମେରିକୀୟ ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହିତ ମୋଦୀ କରିଥିବା ଏକ ପଡକାଷ୍ଟରେ ଏପରି କହିଛନ୍ତି। ରବିବାର ଏହି ପଡକାଷ୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ପଡକାଷ୍ଟରେ ପ୍ରଧାନମନ୍ତ୍ରୀ ଭାରତ ଓ ପାକିସ୍ତାନ ସମ୍ପର୍କ ବିଷୟରେ ଅନେକ କଥା କହିଛନ୍ତି। ପାକିସ୍ତାନ ସହିତ ସମ୍ପର୍କକୁ ସୁଧାରିବା ଲାଗି ତାଙ୍କ ନେତୃତ୍ବ ଏନଡିଏ ସରକାର ପ୍ରଥମରୁ ଉଦ୍ୟମ ଚଳାଇଛି। ସେଥିପାଇଁ ୨୦୧୪ରେ ସେ ତାଙ୍କର ଶପଥ ଗ୍ରହଣ ଉତ୍ସବକୁ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ନିମନ୍ତ୍ରଣ କରିଥିଲେ। ମାତ୍ର ତାଙ୍କର ଏପରି ମହତ ଉଦେଶ୍ୟର ପ୍ରତିଫଳ ସ୍ବରପ ପାକିସ୍ତାନ ଭାରତକୁ ପ୍ରତାରିତ କରିଥିଲା। ଏହା ପରେ ସେ ଅନେକ ଥର ପାକିସ୍ତାନକୁ ବନ୍ଧୁତାର ହାତ ବଢାଇଥିଲେ; ମାତ୍ର ପ୍ରତିଥର ସେ ପ୍ରତାରିତ ହୋଇଥିଲେ। ଏହା ସତ୍ତ୍ବେ ସେ ଆଶା କରିଛନ୍ତି ​‌ଯେ ପାକିସ୍ତାନର ଦିନେ ନା ଦିନେ ଜ୍ଞାନ ଉଦୟ ହେବ ଓ ଭାରତ ସହିତ ବନ୍ଧୁତା ସୃଷ୍ଟି କରିବ। ଦୀର୍ଘ ତିନି ଘଣ୍ଟାରୁ ଅଧିକ ସମୟ ଧରି ହୋଇଥିବା ଏହି ପଡକାଷ୍ଟରେ ମୋଦୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ  ସହିତ ତାଙ୍କର ସମ୍ପର୍କ ବାବଦରେ ମଧ୍ୟ କହିଛନ୍ତି। ମୋଦୀ କହିଛନ୍ତି ଯେ ପିଲାଦିନରୁ ତାଙ୍କର ଆରଏସଏସ୍ ସହିତ ସମ୍ପର୍କ ସୃଷ୍ଟି ହୋଇଥିଲା। ଗାଁରେ ତାଙ୍କର ଆରଏସଏସ୍‌ର ଶାଖା ଚାଲୁଥିବାବେଳେ ସେଥିରେ ସେ ଯୋଗ ଦେଇଥିଲେ। ଶାଖାରେ ଖେଳକୁଦ ସହିତ ଦେଶାତ୍ମବୋଧ ଗୀତ ଗାନ ହେଉଥିଲା। ଦେଶାତ୍ମବୋଧ ଗୀତ ତାଙ୍କ ଜୀବନକୁ ପ୍ରଭାବିତ କରିଥିଲା ଓ ଶେଷରେ ସେ ଆରଏସ୍‌ଏସ ସହିତ ସମ୍ପୂର୍ଣ୍ଣ ଜଡିତ ହୋଇଯାଇଥିଲେ। ଆରଏସ୍‌ଏସ ଆମମାନଙ୍କ ଜୀବନରେ ଯେଉଁ ମୂଲ୍ୟବୋଧ ସୃଷ୍ଟି କରିଥିଲା ତାହା ହେଉଛି ଜୀବନରେ ତୁମେ ଯାହା କରୁଛ ତାହା ଏକ ଲକ୍ଷ୍ୟ ଆଧାରରେ କର। ତେଣୁ ଆରଏସଏସ୍‌ରେ ଯୋଗ ଦେଇ ସେ ଏକ ଲକ୍ଷ୍ୟନିଷ୍ଠ ଜୀବନ ହାସଲ କରିଛନ୍ତି। ଆରଏସଏସ୍ ଦ୍ବାରା ସେ ତାଙ୍କ ଜୀବନର ମୂଲ୍ୟକୁ ସାର୍ଥକ କରିପାରିଛନ୍ତି ବୋଲି ମୋଦୀ କହିଛନ୍ତି। ଆଉ ଆରଏସଏସ୍‌ ଭଳି ପବିତ୍ର ଅନୁଷ୍ଠାନ ସହିତ ସେ ଜଡିତ ଥିବାରୁ ନିଜକୁ ଗର୍ବିତ ମନେ କରନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ଆଧ୍ୟାତ୍ମ ଓ ସାଧୁ ସନ୍ଥଙ୍କ ସହିତ କିଛି ସମୟ ବିତାଇ ପାରିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରନ୍ତି। ଲେକ୍ସ ଫ୍ରିଡମ୍ୟାନଙ୍କ ସହ ପଡକାଷ୍ଟରେ ମୋଦୀ ତାଙ୍କ ବାଲ୍ୟ ଜୀବନ ସହିତ ହିମାଳୟରେ ବିତାଇଥିବା ସମୟ ଓ ରାଜନୀତି ଜୀବନ ବିଷୟରେ ଅନେକ କିଛି କହିଛନ୍ତି। ଆମେରିକାର ହୌଷ୍ଟନରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଅନୁରୋଧ କ୍ରମେ ସୁରକ୍ଷା ପ୍ରୋଟକଲ୍ ଭାଙ୍ଗି ପ୍ରବାସୀ ଭାରତୀୟଙ୍କ ଗହଣରେ ବିଚରଣ କରିଥିଲେ। ମୋଦୀ କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ପ୍ରଥମ ଅବଧି ଶାସନ ତୁଳନାରେ ଦ୍ବିତୀୟ ଅବଧି ଶାସନରେ ​‌ବେଶ୍ ସକ୍ରିୟ ଜଣାପଡୁଛନ୍ତି। ଶାସନ କାର୍ଯ୍ୟ ପରିଚାଳନା କରିବାରେ ଟ୍ରମ୍ପ ଏବେ ଅଭିଜ୍ଞ ମନେ ହେଉଛନ୍ତି। ମୋଦୀ କହିଛନ୍ତି ଯେ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୁଇ ଦେଶର ଆପୋଷ ଆଲୋଚନା ଦ୍ବାରା ସମାଧାନ ହୋଇପାରିବ। ରୁଷ୍ ଓ ୟୁକ୍ରେନ ସହିତ ତାଙ୍କର ଘନିଷ୍ଠ ବନ୍ଧୁତା ଥିବାରୁ ଉଭୟ ରାଷ୍ଟ୍ରଙ୍କୁ ସେ ଯୁଦ୍ଧରୁ ଦୂରେଇ ଯିବାକୁ ପରାମର୍ଶ ଦେଇଥିବା କହିଛନ୍ତି। ଏପରି କି ଯୁଦ୍ଧ ବନ୍ଦ କରିବାକୁ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସହିତ ସେ କୂଟନୈତିକ ଆଲୋଚନା କରିବାକୁ ଆଗ୍ରହୀ ବୋଲି କହିଛନ୍ତି। ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ ରାଷ୍ଟ୍ରପତି ତାଙ୍କ ସହଯୋଗୀ ରାଷ୍ଟ୍ରଙ୍କ ସହିତ ଯେତେ ଆଲୋଚନା କଲେ କୌଣସି ସମାଧାନ ବାଟ ବାହାରିପାରିବ ନାହିଁ। ଯୁଦ୍ଧ ବନ୍ଦ କରିବାକୁ ହେଲେ ଉଭୟ ପକ୍ଷ ଆଲୋଚନା କରିବା ଦରକାର। ମାସାଚୁସେଟସ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରେ ଜଣେ ଗବେଷକ ଭାବେ କାର୍ଯ୍ୟ କରୁଥିବା ଲେକ୍ସ ଫ୍ରିଡମ୍ୟାନ ତାଙ୍କ ପଡକାଷ୍ଟରେ କୃତ୍ରିମ ବୁଦ୍ଧିମତ୍ତା, ବିଶ୍ବ ରାଜନୀତି, କ୍ରିପ୍ଟୋକରେନ୍ସ, ପ୍ରଡକ୍ଟଭିଟି, ଟେକ୍ନୋଲୋଜି ଓ ଭୂରାଜନୀତି ବାବଦରେ ଆଲୋଚନା କରିଛନ୍ତି। ୟୁଟ୍ୟୁବ୍‌ରେ ଫ୍ରିଡମ୍ୟାନଙ୍କ ୪୮ଲକ୍ଷ ସବ୍‌ସ୍କ୍ରାଇବର ଅଛନ୍ତି। ତାଙ୍କ ଭିଡିଓର ଦର୍ଶକ ସଂଖ୍ୟା ୮୨୦ ନିୟୁତ। ମୋଦୀଙ୍କ ପୂର୍ବରୁ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ, ଆର୍ଜେଣ୍ଟିନା ପ୍ରଧାନମନ୍ତ୍ରୀ ଜାଭିଏର ମିଲେଇ, ଏଲନ ମସ୍କ, ମାର୍କ ଜୁକରବର୍ଗ, ଜେଫ୍ ବିଜୋସ୍‌, ସାମ ଅଲଟ୍‌ମ୍ୟାନଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ସହିତ ସେ ପଡକାଷ୍ଟ କରିଛନ୍ତି। ତେବେ ମୋଦୀଙ୍କ ସହିତ ପଡକାଷ୍ଟ କରିବା ଲାଗି ​‌ସେ ୪୫ଘଣ୍ଟା ଉପବାସ କରିଥିଲେ ବୋଲି ଫ୍ରିଡମ୍ୟାନ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories