www.samajalive.in
Saturday, December 6, 2025
26.1 C
Bhubaneswar

‘ରାମ’ ଅଭିନୟ ସାରି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ଜୀବନ 

ଫୁଲବାଣୀ:  ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଡୁକି ଘାଟିଠାରେ ଶନିବାର ସନ୍ଧ୍ୟାରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ସାଗର ସାହୁ(୨୬) ବୋଲି ଜଣା ପଡିଥିବା ବେଳେ ଗୁରୁତର ଜଣକ ହେଲେ ଶିଶିର ସାହୁ। ଉଭୟଙ୍କ ଘର ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତର ବବଡଙ୍ଗିଆ ଗ୍ରାମ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଉଭୟେ ଚକାପାଦ ବ୍ଲକ ଲାଇନପଡା ଠାରେ ଚାଲିଥିବା ରାମାୟଣ ନାଟକରେ ଅଭିନୟ କରିବା ପାଇଁ ଯାଇଥିଲେ। ସାଗର ନାଟକରେ ରାମଚନ୍ଦ୍ର ଭୂମିକାରେ ଅଭିନୟ କରୁଥିଲେ। ‘ରାମ’ ଭୂମିକାରେ ଅଭିନୟ କରୁଥିବା ସାଗର ନାଟକ ସାରି ସହଯୋଗୀ ଶିଶିର ସହ ବାଇକରେ ନିଜ ଗାଁକୁ ଫେରିବା ସମୟରେ କୁଡୁକି ଘାଟିରେ ଭାରସାମ୍ୟ ହରାଇ ବାଇକ ରାସ୍ତା କଡରେ ଥିବା ଏକ ଗଛରେ ବାଡେଇ ହୋଇ ଯାଇଥିଲେ। ଦୁର୍ଘଟଣାରେ ଉଭୟ ଗୁରୁତର ହୋଇଥିଲେ।
ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ଜିଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ସେଠାରେ ଡାକ୍ତର ସାଗରଙ୍କୁ ମୃତ ଘୋଷଣା କରିଥିଲେ। ଶିଶିର ଏବେ ଚିକିତ୍ସାଧୀନ ଅଛନ୍ତି। ଜଣେ ଯୁବ କଳାକାର ଭାବେ ସାଗରଙ୍କ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟତା ବେଶ ରହିଥିଲା। ତାଙ୍କ ମୃତ୍ୟୁରେ ଫିରିଙ୍ଗିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories