www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରୀମନ୍ଦିରରେ ଗୁଇନ୍ଦା କ୍ୟାମେରାରେ ଭିଡିଓ ଉତ୍ତୋଳନ: କ୍ୟାମେରା ଜବତ, ଯୁବକ ଗିରଫ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ବଳୟ ଭେଦ କରି ଜଣେ ଯୁବକ ଶନିବାର ସକାଳ ୯ଟା ବେଳେ ଗୁଇନ୍ଦା କ୍ୟାମେରାରେ ମନ୍ଦିର ଭିତର ଭିଡିଓ ଉତ୍ତୋଳନ କରୁଥିଲା। ଶ୍ରୀମନ୍ଦିରରେ କାର୍ଯ୍ୟରତ ପୁଲିସ ଉକ୍ତ ଯୁବକକୁ ଧରି ସିଂହଦ୍ବାର ପୁଲିସକୁ ହସ୍ତାନ୍ତର କରିଛି। ଯୁବକଜଣକ ହେଲେ ଭାସ୍କର ସାମନ୍ତ । ପୁଲିସ ଭାସ୍କରଙ୍କ ମେମୋରୀ କାର୍ଡ଼ ଯାଞ୍ଚ ପରେ ଶ୍ରୀମନ୍ଦିରର ଭିତରର ଭିଡିଓଗୁଡ଼ିକ ଏଥିରେ ସଂରକ୍ଷିତ ରହିଥିବା ଜାଣିଥିଲା। କ୍ୟାମେରାକୁ ଜବତ କରାଯିବା ସହ ଯୁବକକୁ ଗିରଫ କରାଯାଇଛି ବୋଲି ସିଂହଦ୍ବାର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଶତାଧିକ ପୁଲିସ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ମୁତୟନ ଥାଇ ବି ବାରମ୍ବାର ଭିଡିଓ ପ୍ରଘଟ ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଅସନ୍ତୋଷ ତେଜିବାରେ ଲାଗିଛି। ବାରମ୍ବାର ଶ୍ରୀମନ୍ଦିର ଭିତର ଭିଡ଼ିଓ ପ୍ରଘଟ ଘଟଣାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଭାବାବେଗରେ ଆଘାତ ଲାଗିଛି। ଚଳିତ ମାସ ୪ରେ ଲଭ ପାହାଦାନ ଏବଂ ଅର୍ପିତା ୧୪ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପ୍ରଘଟ ହୋଇଥିଲା। ନୃସିଂହ ମନ୍ଦିର ସମ୍ମୁଖରୁ ଏହି ଭିଡିଓ ନିଆଯାଇଥିବା ଜଣାପଡ଼ିଥିଲା। ଚଳିତ ବର୍ଷ ଜାନୁଆରୀ ୫ ତାରିଖ ଭୋର ସମୟରେ ଡ୍ରୋନ ଏବଂ ୧୨ ତାରିଖରେ ଶ୍ରୀମନ୍ଦିର ଭିତର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପ୍ରଘଟ ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଜାନୁଆରୀ ୧୯ରେ ଶ୍ରୀମନ୍ଦିର ଗର୍ଭଗୃହର ସମ୍ବେଦନଶୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ବୃନ୍ଦାବନର ବାଙ୍କେ ବିହାରୀ ଅନନ୍ତ ନାମକ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ପ୍ରଘଟ କରିଥିଲେ। ଏହି ୩ଟି ଘଟଣାରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା; କିନ୍ତୁ ୩ଟି ଘଟଣା ମଧ୍ୟରୁ କେବଳ ବୃନ୍ଦାବନର ବାଙ୍କେ ବିହାରୀ ଅନନ୍ତ ଫେବୃଆରୀ ୧୯ରେ ସିଂହଦ୍ବାର ଥାନାରେ ହାଜର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଅନ୍ୟ ଘଟଣାରେ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିନାହିଁ। ବର୍ତ୍ତମାନ ଅନ୍ୟ ଏକ ଭିଡିଓ ଉତ୍ତୋଳନ ପୁନର୍ବାର ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଜିଲା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କହିଛନ୍ତି, ଭିଡିଓ ଉତ୍ତୋଳନ କରିଥିବା ଭାସ୍କର ବିରୋଧରେ ସିଂହଦ୍ବାର ଥାନାରେ ମାମଲା ରୁଜୁ କରାଯାଇ ତାକୁ ଗିରଫ କରାଯାଇଛି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories