www.samajalive.in
Saturday, December 6, 2025
15.1 C
Bhubaneswar

୨୨ରେ ଭିମ୍‌ସାର ସୁପର ସ୍ପେଶିଆଲିଟି କୋଠା ଉଦ୍‌ଘାଟନ କରିବେ ଅମିତ ଶାହା

ବୁର୍ଲା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏ ସମ୍ପର୍କରେ ବୁର୍ଲାରେ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।  ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।  କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମ ଆପାତତଃ ସ୍ଥିର ହୋଇଛି।  ତେବେ କିଛି ଅଦଳବଦଳ ମଧ୍ୟ ହୋଇପାରେ। ଆସନ୍ତା ୨୧ ତାରିଖ ଶ୍ରୀ ଶାହା ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇ ସିଧାସଳଖ ଏଠାକୁ ଆସି ବୁର୍ଲା ଏମ୍‌ସିଏଲ୍‌ ଅତିଥି ଭବନରେ ରାତ୍ରିରହଣୀ କରିବେ। ତା’ ପରଦିନ ସକାଳେ ସମଲେଇ ଦର୍ଶନ କରିବେ ଏବଂ ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ୧୫୦ କୋଟି ଟଙ୍କାରେ ନିର୍ମିତ ଭିମ୍‌ସାର ସୁପର ସ୍ପେଶିଆଲିଟି କୋଠା ଏବଂ ୩୨.୮୯ କୋଟି ଟଙ୍କାରେ ନିର୍ମିତ ଦୁର୍ଗାପାଲି ରେଳ ଓଭରବ୍ରିଜର ଉଦ୍‌ଘାଟନ କରିବେ। ପରେ ସେ ଏକ ଜନସଭାକୁ ଉଦ୍‌ବୋଧନ ଦେବେ। ସାଧାରଣ ନିର୍ବାଚନ ପରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।  ତେଣୁ ଏହି ଜନସଭାରେ ଅତିକମ୍‌ରେ ୫୦ ହଜାର ଲୋକଙ୍କ ସମାଗମ ହେବ ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଥିଲେ।
ଏହି ପ୍ରସ୍ତୁତି ବୈଠକରେ ପଞ୍ଚାୟାତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲା ବିଜେପି ସଭାପତି ଗିରିଶ ପଟେଲ, ପୂର୍ବତନ ବିଧାୟକ ନାଉରୀ ନାଏକ, ସୀମାଞ୍ଚଳ ଖଟେଇଙ୍କ ସମେତ ୫ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ୧୦ ଜିଲାର ବିଜେପି ଜିଲା ସଭାପତି ଓ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ୨୨ ତାରିଖ ସମ୍ବଲପୁର ଜନସଭା ପରେ ଗୃହମନ୍ତ୍ରୀ ଶ୍ରୀ ଶାହା ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ଜଟଣୀରେ ଫରେନସିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories