ଏହି ରାଶିର ଲୋକଙ୍କୁ ପ୍ରତ୍ୟେକ କାମରେ ମିଳିବ ସଫଳତା: ସୋମବାର ରାଶିଫଳ

ମେଷ : ତ୍ୟାଗ ରୂପକ ଜୀବନ ଶୋଧନର ରାଜମାର୍ଗକୁ ଆଦରି ନେଇ ପାରନ୍ତି। ଲକ୍ଷ୍ମୀ ବରଦାୟିକା ଥିବାରୁ ଧନରତ୍ନରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ବୈଦେଶିକ ମୁଦ୍ରା ହାତକୁ ଆସିପାରେ। କର୍ମଚଞ୍ଚଳ ରହିବେ।
ବୃଷ: ଆପଣ ସତ୍ୟପ୍ରଜ୍ଞ ହୋଇଥିବାରୁ ଆପଣଙ୍କ ରାଗ ବା କ୍ରୋଧ ପାଣିର ଗାର ପରି ହେବ। ଶ୍ରୀଚନ୍ଦ୍ର ଭୋଗ ହେତୁ ଆଜିର ପଙ୍କ୍ତି ଭୋଜନ ଅମୃତ ଆଶ୍ବାଦନ ତୁଲ୍ୟ ହେବ। ଚିନ୍ତାଧାରା ସୁଦୂର ପ୍ରସାରୀ ହେବ।
ମିଥୁନ: ଦେବାତ୍ମା ହିମାଳୟ ଅଟଳ ମେରୁର ଅଙ୍ଗ ଦେଶର ସାଧନା ଆପଣଙ୍କ ପାଇଁ ଫଳଦାୟକ ହେବ। ଧର୍ମାନୁମୋଦିତ ପନ୍ଥାରେ ଜୀବନଯାପନ ଆପଣଙ୍କ ଧ୍ୟେୟ ହେବ। ଜ୍ଞାନ, ଗରିମା ବଳରେ ଜ୍ଞାନୀ ହେବେ। କର୍କଟ: ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ଧର୍ମ ରୂପକ ଧନକୁ ମନ ପେଡ଼ିରେ ସଞ୍ଚୟ କରିପାରନ୍ତି। କର୍ମଫଳ ବିଧାନ ଅଟଳ ଓ ଅକାଟ୍ୟ। ତେଣୁ କର୍ତ୍ତବ୍ୟ ନିର୍ବାହ କରିବାରେ ସାଲିସ୍ ବିହୀନ ହେବେ। ସୁସ୍ଥ ରହିବେ।
ସିଂହ: ମହନୀୟ କାର୍ଯ୍ୟ ସମୂହ, ମହନୀୟ କର୍ମ, ଅତୁଳନୀୟ ଆଦର୍ଶ, ସୁଦୂର ପ୍ରସାରୀ ଭାବନା ଓ ତ୍ୟାଗରୂପକ ଅତ୍ୟାବଶ୍ୟକ ଧର୍ମକୁ ଧାରଣ କରିପାରନ୍ତି। କର୍ମତତ୍ପର ରହିବେ। ପ୍ରଗତିଶୀଳ ପଦକ୍ଷେପ ନେବେ।
କନ୍ୟା: ନିଜ ଭିତରେ ଥିବା ଆନନ୍ଦ ସରୋବରରେ ପ୍ରାତଃକାଳୀନ ଶୁଦ୍ଧ ସ୍ନାନ ଆପଣଙ୍କୁ ଦୈବୀ ଶକ୍ତିସମ୍ପନ୍ନ କରିପାରେ। ଅର୍ଜନ କରିଥିବା ସତ୍କର୍ମ ଭାଗ୍ୟକୁ ନିୟନ୍ତ୍ରଣ କରିବ। ଦାମ୍ପତ୍ୟ ଜୀବନ କୁସୁମିତ ହେବ।
ତୁଳା: ଆକାଂକ୍ଷା ରୂପକ ବେଡ଼ି, ଜୀବନରେ ଅଗ୍ରସର ହେବାର ପଥରୋଧ କରେ। ନିଷ୍କାମ କର୍ମ ସମୂହ ଆପଣଙ୍କୁ ବେଡ଼ି ବନ୍ଧନରୁ ମୁକ୍ତ କରିବ। ନିଜ କାର୍ଯ୍ୟର ସମୀକ୍ଷା କରି ଉପୁଜିଥିବା ସମସ୍ୟା ସମାଧାନ କରିବେ।
ବିଛା: ସଫଳତା ପାଇଁ ସାହସ, ଧୈର୍ଯ୍ୟ, ତୀତିକ୍ଷା, ସତର୍କତା, ନିରୋଗତା ଓ ସାଙ୍ଗଠନିକ ଶକ୍ତି ଭଳି ଗୁଣ ଆବଶ୍ୟକ। ଯାହା ଆପଣଙ୍କଠାରେ ରହିଛି। ଆଜି ଦିନଟି ଆପଣଙ୍କ କର୍ମମୟ ଜୀବନର ଶୁଭ ଦିନ।
ଧନୁ: ଆପଣଙ୍କ ମହାନ୍ ବ୍ୟକ୍ତିତ୍ବ ନିକଟରେ ନତମସ୍ତକ ହୋଇ ଶତ୍ରୁମାନେ ମୁହଁ ଲୁଚାଇ ପାରନ୍ତି। ସତ୍କାର୍ଯ୍ୟ ପାଇଁ ଶରୀର ଓ ମନକୁ ନିୟୋଜିତ କରୁଥିବାରୁ ଦୈବୀ ଶକ୍ତିର ଆଧାର ହେବେ। ଋଣ ଶୂନ୍ୟ ହୋଇପାରନ୍ତି।
ମକର: ସଂସ୍କୃତି ହେଉଛି ଉତ୍ତମ ବ୍ୟବହାର, ପରମ ଶୁଦ୍ଧ ରୀତି-ନୀତି, ନୈତିକ ପରିପୂର୍ଣ୍ଣ ଓ ଦିବ୍ୟ ଜ୍ଞାନ; ଯାହା ଆଜି ଆପଣଙ୍କଠାରେ ନିହିତ ଅଛି। ଦାମ୍ପତ୍ୟ ଜୀବନର ଚରମ ଲକ୍ଷ୍ୟ ହାସଲ କରିପାରନ୍ତି।
କୁମ୍ଭ: ମୁଦ୍ରିତ ନୟନର ଉପାସନା ଦ୍ବାରା ତୃତୀୟ ଚକ୍ଷୁ ଉନ୍ମିଳିତ ହୁଏ ଓ ତା’ର ଅପୂର୍ବ ଶକ୍ତିର ଉପଯୋଗ କରି ତ୍ରିକାଳଦର୍ଶୀ ହୋଇପାରନ୍ତି। କୃଷକ ବନ୍ଧୁର ପରିଚୟ ସୃଷ୍ଟି କରିବେ। ପରୋପକାରୀ ହୋଇପାରନ୍ତି।
ମୀନ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇପାରନ୍ତି। ଆଧ୍ୟାତ୍ମିକ ଚିନ୍ତନ ଦ୍ବାରା ବିନୀତ ଭାବାପନ୍ନ ହେବେ। ବକୟା ଅର୍ଥ ପାଇ ଆର୍ଥିକ ସ୍ଥିତିେର ସମ୍ୟକ ଉନ୍ନତି କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
Comments are closed.