www.samajalive.in
Monday, December 15, 2025
26.1 C
Bhubaneswar

ନବ ଦାସଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇ-ମେଲ କଲେ, ଚିଠି ଲେଖିଲେ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଛି। ଇ-ମେଲରେ ନବ ଦାସଙ୍କ ପତ୍ନୀ ସମୟ ମାଗିଛନ୍ତି। ଇ-ମେଲ ସହ ପୋଷ୍ଟାଲ୍‌‌ରେ ଚିଠି କରି ସେ ସମୟ ମାଗିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଥିବା ଜଣାପଡ଼ିଛି।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସେ ସିବିଆଇ ତଦନ୍ତ କରିପାରନ୍ତି ବୋଲି ଆଶା କରାଯାଉଛି।
ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହଚନ ଚରଣ ମାଝୀଙ୍କୁ ଇ-ମେଲ କରାଯାଇଥିବା ଏବଂ ଚିଠି ଲେଖାଯାଇଥିବା ନେଇ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ସୂଚନା ଦେଇଛନ୍ତି। ଅପରପକ୍ଷରେ ଚିଠିରେ କ’ଣ ଉଲ୍ଲେଖ ରହିଛି ସେ ସମ୍ପର୍କରେ ବିଶାଲ ଦାସ କିଛି କହିନାହାନ୍ତି।

- Advertisement -

ପୂର୍ବରୁ ନବ ଦାସଙ୍କ ପରିବାର ଲୋକେ ଚିଠି ଲେଖି ଜଣାଇଲେ ସିବିଆଇ ତଦନ୍ତ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। କ୍ରାଇମ ବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ଥିଲେ ନବ ଦାସଙ୍କ ହତ୍ୟାର ତଦନ୍ତ ସିବିଆଇ କରୁ ବୋଲି ପରାମର୍ଶ ଦିଆଯାଇଥିଲା। ଏହାପରେ ପରିବାର ସହିତ ଆଲୋଚନା ପରେ ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ ବୋଲି ପୂର୍ବରୁ ନବ ଦାସଙ୍କ ଝିଅ ଦୀପାଳି ଦାସ କହିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories