www.samajalive.in
Sunday, December 7, 2025
26.1 C
Bhubaneswar

ଗୋପାଳପୁର ସମୁଦ୍ରରେ ବୁଡ଼ି ଯୁବକ ମୃତ, ପୁଲିସ ତଦନ୍ତ ଆରମ୍ଭ

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଶନିବାର ହୋଲି ଖେଳି  ଗାଧୋଉ ଥିବା ବେଳେ ପାଣିରେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିନଥିବା ପୁଲିସ କହିଛି।
ସୂଚନା ଅନୁଯାୟୀ ଶନିବାର ହୋଲି ଖେଳି ଗୋପାଳପୁର ସମୁଦ୍ରକୁ ଗାଧୋଇଵା ପାଇଁ ଯୁବକ ଜଣକ ଆସିଥିଲେ। ସମୁଦ୍ରରେ ଗାଧୋଉ ଥିବା ବେଳେ ଅସାଵଧନତା ହେତୁ ପ୍ରଖର ସ୍ରୋତରେ ଭାସିଯାଇ ଯାଇଥିଲେ ଏବଂ ପାଣି ପିଇ ଗୁରୁତର ହୋଇଥିଲେ। ସମୁଦ୍ର ବେଳାଭୂମିରେ ମୁତୟନ ଥିବା ଲାଇଫଗାର୍ଡ ଓ ଅଗ୍ନିଶମ ବାହିନୀ ବୁଡ଼ି ଯାଉଥିବା ଯୁବକକୁ ଉଦ୍ଧାର ପରେ କୁଳକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲୋ।
ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।  ଏ ନେଇ ଗୋପାଳପୁର ଥାନାରେ ୩/୨୫ ଅପମୃତ ମାମଲା ରୁଜୁ ପରେ ପୁଲିସ ତଦନ୍ତ କରୁଥିବା ଥାନା ପ୍ରଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories