ନୂଆବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ନୂଆବର୍ଷରେ ଅନେକ ବଡ ଗ୍ରହ ରାଶି ପରିବର୍ତ୍ତନ କରିବେ। ଏହି ବର୍ଷ ଖୁବ୍ ଶୁଭ ହେବାକୁ ଯାଉଛି। ନୂଆବର୍ଷରେ ଶନି, ଗୁରୁ, ରାହୁ-କେତୁଙ୍କ ସମେତ ଅନ୍ୟ ଗ୍ରହ ମଧ୍ୟ ରାଶି ପରିବର୍ତ୍ତନ କରିବେ। ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବ। ଜାଣନ୍ତୁ ମେଷ ଠାରୁ ମୀନ କାହାର କେମିତି କଟିବ ନୂଆବର୍ଷ..

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆବର୍ଷ ୨୦୨୫ ଖୁବ୍ ଶୁଭଙ୍କର ହେବ। ଆର୍ଥିକ ସ୍ଥିତି ବେଶ ମଜଭୁତ ହେବ । ଅନେକ ଅଟକି ଥିବା କାମ ପୂରଣ ହେବ। ୨୪ ଅଗଷ୍ଟ ପରେ ଏକ ବଡ ମନ ପସନ୍ଦର କାମରେ ସଫଳତା ମିଳିବ। ସାମାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆସିପାରେ। ମଧୁମେହ ରୋଗୀ ମାନେ ଅଗଷ୍ଟରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍ ହୁଅନ୍ତୁ । ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ। ସମସ୍ତ ସମସ୍ୟା ଦୂର ହୋଇଯିବ । ଶିକ୍ଷା ଓ କର୍ମକ୍ଷେତ୍ର ଦୃଷ୍ଟିରୁ ନୂଆବର୍ଷ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ବିଦେଶ ଯାତ୍ରାର ଯୋଗ ରହିଛି । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ପ୍ରଭୁ ଶିବ ଶଙ୍କରଙ୍କ ଉପାସନା କରିବା ଦ୍ୱାରା ବିଳମ୍ବ ହେଉଥିବା ଯୁବକ ଯୁବତୀଙ୍କ ବିବାହ ଶୀଘ୍ର ହେବ।

ବୃଷ – ଆର୍ଥିକ ଦୃଷ୍ଟିରୁ ଏହି ରାଶି ବ୍ୟକ୍ତି ବିଶେଷ ଲାଭବାନ୍ ହେବେ। ଧନ ପ୍ରାପ୍ତି ହେବ । ଗୃହ ନିର୍ମାଣ କରିବାର ଯୋଗ ରହିଛି । ଏଥିରେ ସଫଳତା ମିଳିବ । ସୁନା ଓ ହୀରା ଆଭୂଷଣ କିଣିବାର ଯୋଗ ରହିଛି । ମା’ଲକ୍ଷ୍ମୀଙ୍କ ସରଳ ମନ୍ତ୍ର ପ୍ରତି ଶୁକ୍ରବାର ଜପ କରିବା ଦ୍ୱାରା ଆର୍ଥିକ ସ୍ଥିତି ଅଧିକ ମଜଭୁତ ହେବ। ବିଦେଶ ଯାତ୍ରାର ମଧ୍ୟ ଯୋଗ ଅଛି। ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ଆସିପାରେ। ଛାତ୍ରଛାତ୍ରୀ ସଫଳତା ପାଇବେ। ଚାକିରିରେ ପଦନ୍ନୋତିର ଯୋଗ ରହିଛି । ନୂଆ ପଦ ମିଳିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଁ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଅଧିକ ଶୁଭଫଳ ପାଇଁ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଦୀପ ଲଗାଇବା ସହ ହନୁମାନ ଚାଳିଶା ପାଠ କରନ୍ତୁ ।

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୫ ସଫଳତା ନେଇ ଆସିବ। ନୂଆ ବ୍ୟବସାୟରେ କାମ ଆରମ୍ଭ କରିବେ । ଗୃହ ସହ ଜଡିତ ଥିବା କିଛି କାର୍ଯ୍ୟ ପୂରଣ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ଶୁଭଙ୍କର ରହିବ । ମାତ୍ର ଜୁନ୍, ମେ’, ଅକ୍ଟୋବରରେ ସାମାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆସିପାରେ। ଅଧିକ ଶୁଭଫଳ ପାଇଁ ପ୍ରତି ବୁଧବାର ପ୍ରଭୁ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ ରହିଛି । ନୂଆ ନୂଆ ସୁଯୋଗ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ଏହାସହ ପ୍ରେମ ବିବାହର ଯୋଗ ମଧ୍ୟ ରହିଛି । ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଲାଭ ମିଳିବ । ପ୍ରାରମ୍ଭିକ ୨ ମାସ ଅଧିକ ଶୁଭଫଳ ମିଳିବ । ଧନ ପ୍ରାପ୍ତି ସହ ମାନ-ସମ୍ମାନ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ମିଶ୍ରିତ ଫଳ ଦେବ । ପ୍ରଭୁ ଶିବଶଙ୍କରଙ୍କ ପୂଜା ସହ ରୁଦ୍ରାଭିଷେକ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିବ । ଅବିବାହିକ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ଧାର୍ମିକ ଯାତ୍ରାର ଯୋଗ ରହିଛି । ସନ୍ତାନଙ୍କ ସଫଳତା ପାଇଁ ମନ ଖୁସି ରହିବ। ଜୀବନରେ ଉନ୍ନତି ହେବ ।

ସିଂହ – ନୂଆବର୍ଷ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ଖୁବ୍ ମଜଭୁତ ହେବ । ଅକ୍ଟୋବର ଓ ନଭେମ୍ବର ମାସରେ ଘର କିଣିବାର ଯୋଗ ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପେଟ ଜନିତ ସାମାନ୍ୟ ସମସ୍ୟା ଆସିପାରେ । କାର୍ଯ୍ୟରେ ସଫଳତା ପାଇଁ ଆପଣଙ୍କ ରାଶି ସ୍ୱାମୀ ଗ୍ରହ ସୂର୍ଯ୍ୟଦେବଙ୍କୁ ଜଳ ନିୟମିତ ଜଳ ଅର୍ପଣ କରନ୍ତୁ । ଧନର ଆଗମନ ହେବ । ବୈବାହିକ ଜୀବନ ସୁଖମୟ ହେବ ।

କନ୍ୟା – ଏହି ବର୍ଷ ଆପଣଙ୍କ ପାଇଁ ସଫଳତାର ବର୍ଷ ହେବ । ଧନର ଆଗମନ ହେବ । ଅଟକି ଥିବା କାମ ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମାତ୍ର ଚକ୍ଷୁ ଓ ଶ୍ୱାସ ଜନିତ ସମସ୍ୟା ହୋଇପାରେ । ପ୍ରଭୁ ଶିବଙ୍କୁ ଉପାସନା ସହ ଦାନ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ । ବିଦ୍ୟାର୍ଥୀ ଅଧିକ ପରିଶ୍ରମ କରନ୍ତୁ । ପ୍ରେମରେ ସଫଳତା ମିଳିବ । ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସଫଳତା ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ମାର୍ଚ୍ଚ, ମେ’, ନଭେମ୍ବର ମାସରେ ଧନ ବର୍ଷା ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଅସହାୟଙ୍କୁ ଦାନ କରନ୍ତୁ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଉନ୍ନତି ହେବ । ଟଙ୍କା ସଠିକ୍ କାମରେ ଖର୍ଚ୍ଚ ହେବ । ଧନୁ କିମ୍ବା ମୀନ ରାଶି ବ୍ୟକ୍ତି ବିଶେଷ ସହଯୋଗ କରିବେ । ମାସେ କିମ୍ବା ୨ ମାସ ଉତ୍ଥାନ ପତନ ସମୟ ଆସିପାରେ । ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ । ଧାର୍ମିକ ଯାତ୍ରାର ଯୋଗ ରହିଛି । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ ।
ଶୁକ୍ର-ଶନି ହେବେ ଏକାଠି ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ । ଅଟକି ଥିବା କାମ ପୂରଣ ହେବ । ମେଷ, କର୍କଟ, ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରେ ବର୍ଷ ଉତ୍ତମ ରହିବ । ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପାଇଁ ସାମାନ୍ୟ ଚିନ୍ତିତ ରଖିପାରେ । କାମରେ ସଫଳତା ମିଳିବ ।

ମକର – ୨୦୨୫ ନୂଆବର୍ଷ ଧନ ପ୍ରାପ୍ତି ପାଇଁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ସେପ୍ଟେମ୍ବରରୁ ନଭେମ୍ବର ପର୍ଯ୍ୟନ୍ତ ଧନର ସଠିକ୍ ଉପଯୋଗ କରି ଘର, ଭୂମି କିଣିବେ । ସନ୍ତାନ ସଫଳତା ମିଳିବ । ପେଟ ଜନିତ ସମସ୍ୟା ହୋଇପାରେ । ଏହି ବର୍ଷରେ ଅନେକ ଶୁଭଫଳ ମିଳିବ । ପ୍ରତ୍ୟେକ ଶନିବାର ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ସହ ଦୀପ ଲଗାନ୍ତୁ । ଶନିଙ୍କ ସହ ଜଡିତ ତେଲ, ରାଶି ଆଦି ଦାନ କରନ୍ତୁ । ଏହାଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ସମ୍ପତ୍ତି ପ୍ରାପ୍ତି ହେବ । ଚିକିତ୍ସା କ୍ଷେତ୍ରରେ ଥିବା ଲୋକେ ଲାଭବାନ୍ ହେବେ । ପ୍ରଭୁ ହନୁମାନଙ୍କୁ ପୂଜା କରି ସଫଳତା ପାଇବେ । ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ହୋଇପାରେ । ଅସହାୟଙ୍କୁ ଖାଦ୍ୟ, ବସ୍ତ୍ର ଦାନ କରନ୍ତୁ । ପ୍ରେମ ସମ୍ପର୍କ ମଜଭୁତ ହେବ ।

ମୀନ – ପରିଶ୍ରମ କରି ସଫଳତା ପାଇବେ । ମାର୍ଚ୍ଚ ପର୍ଯ୍ୟନ୍ତ ସାମାନ୍ୟ ସମସ୍ୟା ଆସିପାରେ । ମାତ୍ର ଏପ୍ରିଲ ମାସ ପରଠାରୁ ଧନର ଆଗମନ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପ୍ରଭୁ ଶିବଶଙ୍କରଙ୍କ ଉପାସନା କରିବା ସହ ରାଶି, ଅନ୍ନ, ବସ୍ତ୍ର ଦାନ କରନ୍ତୁ । ଏହାଦ୍ୱାରା ଶୁଭଫଳ ମିଳିବ ।



