୩ରେ ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମ୍‌ପତି

ସମାଜ ଡିଜିଟାଲ ଡେସ୍କ: ଜାନୁଆରୀ ୩ ତାରିଖରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମ୍‌ପତି। ରାଜଭବନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଗୁରୁବାର ସେ ଭୁବନେଶ୍ଵରରେ ପହଞ୍ଚିବେ। ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଏହାପରେ ୩ ତାରିଖରେ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ହରିବାବୁ କମ୍ଭମ୍‌ପତି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୪ରେ ତାଙ୍କୁ ଓଡ଼ିିଶାର ପରବର୍ତ୍ତୀ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା।

Comments are closed.