www.samajalive.in
Sunday, December 7, 2025
26.1 C
Bhubaneswar

ବାରହା ଆକ୍ରମଣରେ ଯୁବକ ଗୁରୁତର

ପାତ୍ରପୁର: ପାତ୍ରପୁର ଗ୍ରାମକୁ ପଶି ଆସିଥିବା ଏକ ବାରହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପାତ୍ରପୁର ଗ୍ରାମ ଖଣ୍ଡିଆ ସାହିର ମନୋଜ ନାୟକ(୨୮)। ମନୋଜ ଦୁଇ ଜଣ ସାଙ୍ଗଙ୍କ ସହିତ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ ଗୋଟିଏ ବାରହା ଗାଁକୁ ପଶି ଆସିଥିଲା। ବାରହାଟି ମନୋଜଙ୍କୁ ଆକ୍ରମଣ କରିଥିଲାବେଳେ ତାଙ୍କ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା। ତୁରନ୍ତ ସ୍ଥାନୀୟ ଲୋକ ପହଞ୍ଚି ମନୋଜଙ୍କୁ ପାତ୍ରପୁର ମେଡ଼ିକାଲକୁ ନେଇଥିଲେ। ବାରହା ମୁହଁରେ ଗଭୀର କ୍ଷତ ହୋଇଥିବା ବେଳେ ଭୟଭୀତ ଅବସ୍ଥାରେ ଗାଁ ମୁହାଁ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।ଖବରପାଇ ସାମନ୍ତିଆପଲ୍ଲୀ ରେଞ୍ଜ ଫରେଷ୍ଟର ଅବିନାଶ ଚୌଧୁରୀ ପାତ୍ରପୁର ମେଡ଼ିକାଲରେ ପହଞ୍ଚି ଆହତଙ୍କୁ ଭେଟିବା ସହ  ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଥିବା ଜଣାପଡ଼ିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories