www.samajalive.in
Monday, December 8, 2025
20.1 C
Bhubaneswar

ପହଲଗାମ ଆକ୍ରମଣରେ ସାମିଲ ଜଣେ ଆତଙ୍କୀ ଘରେ ବୁଲିଲା ବୁଲଡୋଜର

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣରେ ସାମିଲ ସ୍ଥାନୀୟ ଆତଙ୍କୀ ଆଦିଲ ହୁସୈନ ଥୋକରର ଅନନ୍ତନାଗ ଜିଲାର ବିଜହେରା ଅଞ୍ଚଳରେ ସ୍ଥିତ ଘରକୁ ସୁରକ୍ଷାବଳ ବୋମାରେ ଉଡାଇ ଦେଇଛନ୍ତି । ଆଦିଲ ଥୋକ ଓରଫ ଆଦିଲ ଗୁରୀ ରୂପେ ପରିଚୟ ମିଳିଛି । ପହଲଗାମର ବୈସରନ ଘାଟୀରେ ୨୨ ଏପ୍ରିଲରେ ହୋଇଥିବା ଆକ୍ରମଣ ଯୋଜନା କରିବା ଏବଂ ଏହାକୁ କାର୍ଯ୍ୟାକାରୀ କରିବାରେ ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ  ଆଦିଲ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଥିଲା । ଶୁକ୍ରବାର ସକାଳେ ବୋମାମାଡ କରିବା ସହ ବୁଲଡୋଜର ବୁଲାଇ ତା ଘର ଭଙ୍ଗାଯାଇଛି ।

ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ଅଲଗା ଅଲଗା ରାଜ୍ୟରୁ ଜମ୍ମ କଶ୍ମୀର ବୁଲିବାକୁ ଯାଇଥିଲେ । ଆତଙ୍କୀଙ୍କ ମଧ୍ୟରେ ୨ ଜଣ ସ୍ଥାନୀୟ ମଧ୍ୟ ସାମିଲ ଥିଲେ । ସୂଚନା ଅନୁସାରେ ଉଭୟ ସ୍ଥାନୀୟ ଆତଙ୍କୀ ବିଜବେହରା ନିବାସୀ ଆଦିଲ ହୁସୈନ ଥୋକର ଓ ତ୍ରାଲ ଆସିଫ୍ ସେଖ୍ ବୋଲି ଜଣାପଡିଛି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories