www.samajalive.in
Wednesday, December 10, 2025
26.1 C
Bhubaneswar

୯ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ; ବଢ଼ିଲା ଭିନ୍ନକ୍ଷମ ଓ ବାର୍ଦ୍ଧକ୍ୟ ଭତ୍ତା

ସମାଜ ଡିଜିଟାଲ ଡେସ୍କ: ଶୁକ୍ରବାର ରାଜ୍ୟ କ୍ୟାବିନେଟ ୯ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି କରାଯାଇଥିବାବେଳେ ସୁଭଦ୍ରା ହିତାଧିକାରୀମାନଙ୍କୁ ୨୦୨୪ର ୨ଟି କିସ୍ତି ଅର୍ଥ ଏକକାଳୀନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ପିଏମ ସୂର୍ଯ୍ୟଘର ଯୋଜନାରେ ସୋଲାର ପ୍ୟାନେଲ ପ୍ରକଳ୍ପ ସ୍ଥାପନ କଲେ ହିତାଧିକାରୀଙ୍କୁ ସବସିଡି ପ୍ରଦାନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।

ପୂର୍ବରୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ରାଜ୍ୟ ସରକାର ୧୨୦୦ ଟଙ୍କା ଭତ୍ତା ପ୍ରଦାନ କରୁଥିଲେ। ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମଙ୍କୁ ମଧ୍ୟ ୧୨୦୦ ଟଙ୍କା ଭତ୍ତା ଦିଆଯାଉଥିଲା। ଏହାକୁ ବୃଦ୍ଧି କରାଯାଇଛି। ଉଭୟ ବର୍ଗଙ୍କୁ ଏଣିକି ମାସିକ ୩୫୦୦ ଟଙ୍କା ଭତ୍ତା ଦିଆଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଉଭୟ ମଧୁବାବୁ ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଏହି ଭତ୍ତା ଦିଆଯିବ। ୨୦୨୫ ଜାନୁୟାରୀ ମାସରୁ ବର୍ଦ୍ଧିତ ଭତ୍ତା ଲାଗୁ କରାଯିବ।

- Advertisement -

ଅନ୍ୟପଟେ ସୁଭଦ୍ରା ଯୋଜନାରେ ଆବଦେନ ସମ୍ପର୍କରେ ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଯେଉଁମାନେ ଆବେଦନ କରିବେ ସେମାନଙ୍କୁ ୨୦୨୪ର ୨ଟି କିସ୍ତି ଅର୍ଥ ଏକକାଳୀନ ପ୍ରଦାନ କରାଯିବ।

ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପାଇଁ ୮୭୪.୧୪ କୋଟି ଟଙ୍କା ଘୋଷଣା କରାଯାଇଛି। ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ବ୍ୟାଙ୍କ ଋଣ ଲାଗି ଗ୍ୟାରେଣ୍ଟି ବ୍ୟବସ୍ଥା ହୋଇଛି। ୫ ବର୍ଷ ପାଇଁ ନୂଆ ଋଣ ଲାଗି ୧୭ ହଜାର ୫୦୦ କୋଟି ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories