www.samajalive.in
Wednesday, December 10, 2025
26.1 C
Bhubaneswar

ଖଜିରାପାଟ ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳ ସଙ୍କଟ

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଖଜିରାପାଟ ଗ୍ରାମ ପଂଚାୟତର ଏକ ମାତ୍ର ଉଚ୍ଚ ବିଦ୍ୟାଳୟ ଦୁଆଘାଟ ଉଚ୍ଚ ବିଦ୍ୟାଳୟଟି ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ଭାବେ ରହିଛି । ଗତବର୍ଷ ସରକାର ୫-ଟି ଅନୁଦାନରେ ଆଉ ଗୋଟିଏ କ୍ଲାସ ରୁମ ନିର୍ମାଣ ସହିତ ପୁରୁଣା ଘର ଗୁଡିକ ମଧ୍ୟ ମରାମତି କରାଯାଇଛି । ଆଉ କିଛି କାମ ବାକି ରହିଛି । ଉକ୍ତ ବିଦ୍ୟାଳୟରେ ଥିବା ନଳକୂପଟିରୁ ପାଣି ବାହାରୁ ନାହିଁ । ଫଳରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ଛାତ୍ରଛାତ୍ରୀଙ୍କ ପାନୀୟ ନିମନ୍ତେ ଜଳର ଘୋର ଅସୁବିଧା ହେଉଛି । ପୂର୍ବରୁ ପ୍ରାଥମିକ ବିଦ୍ୟାଳୟର ନଳକୂପରୁ ପାଣି ଆଣି ବ୍ୟବହାର ହେଉଥିଲା । ମାତ୍ର ସେଠାରେ ଏବେ ପାଚେରୀ ହୋଇ ଯିବାରୁ ଆଉ ପାଣି ଆଣିବା ସମ୍ଭବ ହେଉନାହିଁ । ତେଣୁ ବାଧ୍ୟ ହୋଇ ପାଣି ଟ୍ୟାଙ୍କର କିଣି ପାନୀୟ ଜଳ ନିମନ୍ତେ ବ୍ୟବହାର କରିବାକୁ ପଡୁଛି ବୋଲି ଶିକ୍ଷକ ବସନ୍ତ କୁମାର ମହାନ୍ତ କହିଛନ୍ତି । ସରକାର ପାଣି ବିଦ୍ୟାଳୟର ସମସ୍ୟା ଦୂର କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories