ପିଏମ ସୂର୍ଯ୍ୟଘର ଯୋଜନାରେ ମିଳିବ ସହାୟତା

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ(ପିଏମ) ସୂର୍ଯ୍ୟଘର ଯୋଜନାରେ ସୋଲାର ପ୍ରକଳ୍ପ ସ୍ଥାପନ କଲେ ହିତାଧିକାରୀଙ୍କୁ ସବସିଡି ପ୍ରଦାନ କରାଯିବ। ୧ କିଲୋୱାଟ ପିଛା ରାଜ୍ୟ ସରକାର ୨୫ ହଜାର ଟଙ୍କା ଦେବେ। ୩ କିଲୋୱାଟ ସୋଲାର ପ୍ରକଳ୍ପ ଲଗାଇଲେ ରାଜ୍ୟ ଆଉ ୧୦ ହଜାର ଟଙ୍କା ଦେବ। ୨୦୨୪ରୁ ୨୦୨୭ ମଧ୍ୟରେ ଏଥିପାଇଁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ପ୍ରାୟ ୩ ଲକ୍ଷ ଘରୋଇ ବିଦ୍ୟୁତ ଉପଭୋକ୍ତା ଏହାଦ୍ବାରା ଲାଭାନ୍ବିତ ହେବେ। ଏହା ସହିତ ରୁଫଟପ ସୌର ପ୍ରକଳ୍ପ ପାଇଁ କିଲୋୱାଟ ପିଛା ୧୮ ହଜାର ଟଙ୍କା ସବସିଡି ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

Comments are closed.