ପେଟ୍ରୋଲ ଢାଳି କରୁଥିଲେ ବିକ୍ଷୋଭ ପ୍ରଦର୍ଶନ: ପଛରୁ କିଏ ଜଣେ ନିଆଁ ଲଗାଇଦେଲା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ : ପିଥମପୁରରେ ଭୋପାଳର ୟୁନିୟନ୍ କାର୍ବାଇଡର ବିଷାକ୍ତ ଆବର୍ଜନା ଜଳାଇବାକୁ ବିରୋଧ ପ୍ରଦର୍ଶନ ସମୟରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ବିକ୍ଷୋଭ ପ୍ରଦର୍ଶନକାରୀ ଏହି ଆବର୍ଜନାରୁ ଉପୁଜୁଥିବା ବିପଦ ସମ୍ପର୍କରେ ସ୍ବର ଉଠାଉଥିଲେ । ଏହି ସମୟରେ ୨ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହି ସମୟରେ ପଛପଟୁ କେହି ଜଣେ ନିଆଁ ଲଗାଇଦେବାରୁ ଉଭୟଙ୍କ ଦେହରେ ନିଆଁ ଲାଗିଯାଇଥିଲା । ସେଠାରେ ଉପସ୍ଥିତ କର୍ମୀମାନେ ତୁରନ୍ତ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ତେବେ ଏଥିରେ ସମ୍ପୃକ୍ତ ୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ऐसी – शरारत, मजाक या षड्यंत्र कितना खतरनाक हो सकता है! ये लोग पीथमपुर में भोपाल के यूनियन कार्बाइड के जहरीले कचरे को जलाने का विरोध कर रहे थे 2 युवकों ने पेट्रोल छिड़का लेकिन किसी ने पीछे से आग लगा दी दोनों की हालत गंभीर है@manishndtv @GargiRawat @alok_pandey @hridayeshjoshi pic.twitter.com/OEb7XepCAR
— Anurag Dwary (@Anurag_Dwary) January 3, 2025
ତେବେ ଏହି ଘଟଣା ପରେ ପ୍ରଶ୍ନ ଉଠୁଛି କି ଏହା ଦୁର୍ଘଟଣା ନା ଷଡଯନ୍ତ୍ର । ପ୍ରଦର୍ଶନରେ ସାମିଲ ଲୋକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ ଏହାର ଯାଞ୍ଚ ଦାବି କରିଛନ୍ତି । ଅନ୍ୟପଟେ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ ପରେ ଲୋକମାନେ ଭିଡିଓରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । କିଛି ଲୋକ ପ୍ରଶାସନର ଅବହେଳା ଦର୍ଶାଉଥିବାବେଳେ ଏହାର ଯାଞ୍ଚ ଦାବି କରୁଛନ୍ତି ।
Comments are closed.