www.samajalive.in
Friday, December 12, 2025
14.1 C
Bhubaneswar

୧୧ ମାସ ହେଲା ଦଧିନଉତିର ଭଙ୍ଗା ତ୍ରିଶୂଳରେ ଲାଗି ହେଉଛି ନେତ

ଆରଡି : ଗତ ୨୦୨୪ ମାର୍ଚ୍ଚ ମାସରେ କାଳବୈଶାଖୀ  ଝଡବର୍ଷା ଓ ବଜ୍ରପାତରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଦଧିନଉତିରେ ଥିବା ତ୍ରିଶୂଳ ଗୋଟିଏ ପାର୍ଶ୍ବକୁ ଢଳି ପଡିବା ସହ ତ୍ରିଶୂଳର ମଧ୍ଯଭାଗର କିଛି ଅଂଶରେ ଫାଟ ସୃଷ୍ଟି ହୋଇଥିଲା । ଏ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ଯମରେ ପ୍ରକାଶ ପାଇବା ପରେ ରାଜ୍ଯ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସହିତ ମରାମତି ନିମନ୍ତେ ସେବାୟତଙ୍କ ସହ ଆଲୋଚନା କରି ଯାଇଥିଲା। ହେଲେ ଇତି ମଧ୍ଯରେ ୧୧ମାସ ବିତିଯାଇଥିଲେ ମଧ୍ଯ ପ୍ରତ୍ନତତ୍ତ୍ବ ବିଭାଗର ଅଣଦେଖା ଯୋଗୁ ମଣିବାବାଙ୍କ ଦୈନନ୍ଦିନ ନେତଲାଗି ନୀତି ମନ୍ଦିରଚୂଡାର  ଭଙ୍ଗା ତିଶୂଳରେ  କରାଯାଉଛି। ଯାହାକୁ ନେଇ ମନ୍ଦିରର ବରିଷ୍ଠ ସେବାୟତ ଅସନ୍ତୋଷ ବ୍ଯକ୍ତ କରିଛନ୍ତି। ଏପରିକି ସେବାୟତଙ୍କ କହିବା ଅନୁଯାୟୀ ପୂର୍ବରୁ ଯେବେବି ବଜ୍ରପାତ ଓ ଝଡବର୍ଷାରେ ଦଧିନଉତିରେ କିଛି ଅଘଟନ ହୁଏ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ତୁରନ୍ତ ମରାମତି କରାଯାଇଥାଏ।

ହେଲେ ଦୀର୍ଘ ୧୧ମାସ ହେବ ଦଧିନଉତି ତ୍ରିଶୂଳ ବଜ୍ରପାତ ଓ ଝଡବର୍ଷାରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ଯ ମରାମତି କରିବାରେ କାହିଁକି ବିଳମ୍ବ କରୁଛି ବୋଲି ପ୍ରଶ୍ନ କରିବା ସହ ଯଦି ଆସନ୍ତା ଶିବରାତ୍ରୀ ପୂର୍ବରୁ ମରାମତି ନକରାଯାଏ ତାହାଲେ ଆଗାମୀ ଦିନରେ ମଣିବାବାଙ୍କ ସେବାପୂଜା ସହ ନେତଲାଗି ନୀତି ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ବିଶେଷକରି ମହାଶିବରାତ୍ରୀ ଦିନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରଚୂଡା ଦଧିନଉତିକୁ ମହାଦୀପ ଉଠିବା ସହ ଦିନତମାମ ମାନସିକଧାରୀ ଭକ୍ତଙ୍କର ନେତଲାଗି ହୋଇଥାଏ। ହେଲେ ଏବେ ମନ୍ଦିରଚୂଡା ଅଳାଁ ଓ ଦଧିନଉତିକୁ ଯିବା ପାଇଁ  ଲାଗିଥିବା ଚେନ ହୁଗୁଳି ଯାଇଥିବା ବେଳେ ତ୍ରିଶୂଳ ଭାଙ୍ଗି ଢଳି ପଡିଥିବାରୁ ଭୟରେ ଅନେକ ସମୟରେ  ସେବାୟତ ଯିବା ପାଇଁ  ଭୟ କରୁଛନ୍ତି। ଏ ବାବଦରେ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଜଣାଯାଇଥିଲେ ମଧ୍ଯ ସବୁ ଜାଣି ଚୁପ ବସିଛନ୍ତି ବିଭାଗୀୟ ଅଧିକାରୀ।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories