www.samajalive.in
Sunday, December 14, 2025
26.1 C
Bhubaneswar

ଏଥର୍ ଏନର୍ଜି ଆଣିଲା ନୂଆ ସ୍କୁଟର, ମିଳିବ ଅତ୍ୟାଧୁନିକ ଫିଚର୍

ନୂଆଦିଲ୍ଲୀ : ଇଭି ନିର୍ମାତା କମ୍ପାନୀ ଏଥର ଏନର୍ଜି ଲିମିଟେଡ୍ ୨୦୨୫ ଏଥର ୪୫୦କୁ ଅନେକ ନୂଆ ଫିଚର୍ସ ସହିତ ନେଇଆସିଛି । ନୂଆ ୪୫୦ଏକ୍ସ ଓ ୪୫୦ ଏପେକ୍ସ ସ୍କୁଟରରେ ଏବେ ୩ ଅଲଗା ଅଲଗା ମୋଡ୍ ସହିତ ମଲ୍ଟି-ମୋଡ୍ ଟ୍ରାକ୍ସନ କଣ୍ଟ୍ରୋଲ ମିଳିବ ଯାହା ସୁରକ୍ଷାକୁ ବୃଦ୍ଧି କରିବ । ନୂଆ ଅପଡେଟ୍ସରେ ୪୫୦ଏକ୍ସ ମଡେଲକୁ ମ୍ୟାଜିକ୍ ଟ୍ବିଷ୍ଟ ଓ ଟ୍ରାକ୍ସନ କଣ୍ଟ୍ରୋଲ ଭଳି ଆଡଭାନ୍ସ ଫିଚର୍ସ ମିଳିଛି । ଏହାର ଦାମ୍ ୧,୨୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ସେହିଭଳି ଟପ୍ ମଡେଲର ଦାମ୍ ୧,୯୯,୯୯୯ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।

ରାଇଡର ୩ ଅଲଗା ଅଲଗା ମୋଡ୍- ରେନ୍ ମୋଡ୍, ରୋଡ୍ ମୋଡ୍ ଏବଂ ରାଲି ମୋଡରେ ଏହାକୁ ଚଲାଇପାରିବେ । ଫୁଲ ଚାର୍ଜ କରି ଏଥର ୪୫୦ଏକ୍ସରେ ୧୬୧ କିଲୋମିଟର ଏବଂ ୪୫୦ ଏପେକ୍ସରେ ୧୫୭ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିହେବ । ଉଭୟ ଗାଡିରେ ଗୁଗଲ ମ୍ୟାପ୍ସ, ଏଲେକ୍ସା, ଡ୍ୟାଶବୋର୍ଡରେ ହ୍ବାଟ୍ସଆପ୍ ନୋଟିଫିକେସନ୍ ଭଳି ଫିଚର୍ ମିଳିବ ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories