ଛାତ୍ରର ପ୍ରଥମ ଅଧିକାର ଶିକ୍ଷା ଓ ଲାଇବ୍ରେରୀର ପୁସ୍ତକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଶିକ୍ଷାୟତନରେ ଶିକ୍ଷା ଓ ଛାତ୍ର ଛାତ୍ରୀ ପଢିବା ଉଚିତ ଓ ଲାଇବ୍ରେରୀରେ ପୁସ୍ତକ ମାନଙ୍କୁ ପଢି ତାର ଉପଯୋଗ କରିବା ଜରୁରୀ ବୋଲି କହିଛନ୍ତି ଡଃ ଦୋଳ ଗୋବିନ୍ଦ ବିଶି। ସୂଚନାଯୋଗ୍ୟ ଯେ କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାକୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ଗୁଣାତ୍ମକ ଶିକ୍ଷା ବିଷୟରେ ଏକ ସଂପାନ ଆୟୋଜିତ ହୋଇଥିଲା। ବିଭାଗୀୟ ମୁଖ୍ୟ ଆଧ୍ୟାପକ ଡଃ ସଞ୍ଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଂପାନରେ ବିଶିଷ୍ଟ ଶିକ୍ଷାବିତ ଓ ଲୋକ ସାହିତ୍ୟବିଦ ଡଃ ଦୋଳ ଗୋବିନ୍ଦ ବିଶି ମୁଖ୍ୟ ଅତିଥି, ମହାବିଦ୍ୟାକୟର ଅଧ୍ୟକ୍ଷ ଡଃ ପଦ୍ମଲୋଚନ ବର୍ମା ମୁଖ୍ୟବକ୍ତା, ଅଧ୍ୟାପକ ଡଃ ସୁଶାନ୍ତ ମହନନ୍ଦ ଓ ପ୍ରଦ୍ୟୁମ୍ନ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟକ୍ଷ ଡଃ ବର୍ମା ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟବସାୟୀ ହେବା ପାଇଁ ପରାମର୍ଶ ଦେଇଥିଲେ।

Comments are closed.