ନୂଆଦିଲ୍ଲୀ: ହୁମ୍ୟାନ ମେଟାନ୍ୟୁମୋଭାଇରସ (ଏଚ୍ଏମ୍ପିଭି) ଭୂତାଣୁ ସଂକ୍ରମଣରେ ଥଣ୍ଡା ବା ସର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏହା ଉପର ପାର୍ଶ୍ବ ଶ୍ବାସକ୍ରିୟାକୁ ପ୍ରଭାବିତ କରିଥାଏ। ସମୟକ୍ରମେ ଏହା ନିମ୍ନ ଭାଗ ଶ୍ବାସକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ। ଏହି ଭୂତାଣୁ ସଂକ୍ରମଣରେ ଜ୍ବର ହେବା ସହିତ କାଶ, ନାକ ରୁନ୍ଧି ହେବା, ଗଳା ଦରଜ, ଶ୍ବାସକ୍ରିୟାରେ କଷ୍ଟ ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏପରି ଲକ୍ଷଣ ୩ରୁ ୬ଦିନ ଲାଗି ରହିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା କିମ୍ବା କାଶ ଓ ଛିଙ୍କରୁ ଏହି ଭୂତାଣୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ। ତେଣୁ ସଂକ୍ରମଣରୁ ଦୂରେଇ ରହିବାକୁ ହେଲେ ସାମାଜିକ ଦୂରତା ରକ୍ଷା କରିବା ଦରକାର। ଏହା ସହିତ ସଂକ୍ରମଣରୁ ରକ୍ଷା ପାଇଁ ହାତକୁ ନିୟମିତ ଭାବେ ସାବୁନ୍ ଓ ପାଣିରେ ଧୋଇବା ଦରକାର। କାଶିବା ଓ ଛିଙ୍କିବା ସମୟରେ ମୁହଁ ଓ ନାକକୁ କପଡାରେ ଘୋଡେଇ ରଖନ୍ତୁ। ଆବଶ୍ୟକ ସମୟରେ ମାସ୍କ ପିନ୍ଧନ୍ତୁ। ହାତ ନ ଧୋଇ ନାକ, ପାଟି ଆଖିକୁ ସ୍ପର୍ଶ କରନ୍ତୁ ନାହିଁ। ନିଜେ ଯଦି ଅସୁସ୍ଥ ଅନୁଭବ କରୁଛ ତେବେ ଏକାନ୍ତବାସ (ସେଲ୍ଫ ଆଇସୋଲେସନ)ରେ ରୁହନ୍ତୁ। କାରଣ ସଂକ୍ରମିତ ବ୍ୟକ୍ତିଙ୍କ ନାକ ଓ ପାଟିରୁ ବାହାରୁଥିବା ଜଳୀୟ କଣିକା (ଡ୍ରପଲେଟ୍ସ) ଅନ୍ୟକୁ ସଂକ୍ରମିତ କରିଥାଏ। ଇନଫ୍ଲୁଏନଞ୍ଜା ଏ, ଏଚଏମପିଭି ଭୂତାଣୁ କୋଭିଡ୍-୧୯ ଭୂତାଣୁ ଅନୁରୂପ।
Popular Categories



