www.samajalive.in
Saturday, December 6, 2025
14.1 C
Bhubaneswar

ତିରୁପତି ହୁଣ୍ଡିକୁ ମିଳିଛି ୧୩୬୫ କୋଟି

ତିରୁପତି: ବିଗତ ବର୍ଷ ଅର୍ଥାତ୍‌ ୨୦୨୪ରେ ଆନ୍ଧ୍ର ପ୍ରଦେଶସ୍ଥିତ ତିରୁପତି ମନ୍ଦିର ହୁଣ୍ଡିକୁ ରେକର୍ଡ ୧୩୬୫ କୋଟି ଟଙ୍କା ମିଳିଥିବା ଜଣାପଡିଛି। ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତବର୍ଷ ୨.୫୫ କୋଟି ଭକ୍ତ ତିରୁପତି ମନ୍ଦିର ପରିଦର୍ଶନ କରିଥିବାବେଳେ ହୁଣ୍ଡିରୁ ୧୩୬୫ କୋଟି ଟଙ୍କା ମିଳିଛି। ୨୦୨୨ ଓ ୨୦୨୩ରେ ଏହି ପରିମାଣ ଯଥାକ୍ରମେ ୧୨୯୧.୬୯ ଓ ୧୩୯୧.୮୬ କୋଟି ରହିଥିଲା। ଭକ୍ତମା​‌ନେ ତିରୁପତି ମନ୍ଦିର ହୁଣ୍ଡିକୁ ଦାନ ଆକାରରେ ନଗଦ ଟଙ୍କା, ସୁନା, ରୁପା କଏନ ଏବଂ ବିଦେଶୀ ମୁଦ୍ରା ଦେଇଥାନ୍ତି। ମନ୍ଦିର କର୍ତ୍ତୃପକ୍ଷ ନଗଦ ଟଙ୍କା ଓ ମୁଦ୍ରାଗୁଡିକୁ ପୃଥକ୍‌ ଭାବେ ଗଣନା କରିବାର ବ୍ୟବସ୍ଥା କରିଥାନ୍ତି। ଅପରପକ୍ଷରେ ସୁନା ଓ ରୁପା ଓ ଅନ୍ୟ ମହଙ୍ଗା ସାମଗ୍ରୀକୁ ସ୍ବତନ୍ତ୍ର ଭାବେ ନିର୍ମିତ ଲକରରେ ରଖାଯାଇଥାଏ। ପୁନଶ୍ଚ ୨୦୨୪ରେ ମାନସିକ ରଖିଥିବା ୯୯ ଲକ୍ଷ ଶ୍ରଦ୍ଧାଳୁ ତିରୁପତିରେ ଲଣ୍ଡା ହୋଇଥିବାବେଳେ ୬.୩୦ କୋଟି ଶ୍ରଦ୍ଧାଳୁ ମନ୍ଦିରରେ ପ୍ରସାଦ ସେବନ କରିଛନ୍ତି। ଭକ୍ତଙ୍କ ନିମନ୍ତେ ଗତବର୍ଷ ୧୨.୧୪ କୋଟି ଲଡୁ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଟିଟିଡି ପକ୍ଷରୁ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ହୁଣ୍ଡିରୁ ୧୬୧୧ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି। ବ୍ୟାଙ୍କରେ ଗଚ୍ଛିତ ଥିବା ଜମାରାଶିରୁ ସୁଧ ଆକାରରେ ମନ୍ଦିରକୁ ୧୧୬୭ କୋଟି ଟଙ୍କା ମିଳିଥିବା କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories