www.samajalive.in
Tuesday, December 9, 2025
16.1 C
Bhubaneswar

ଦାୟିତ୍ବ ନେଲେ ନୂଆ ରାଜ୍ୟପାଳ

ଭୁବନେଶ୍ବର : ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଡ. ହରିବାବୁ କମ୍ଭମପାଟି ଶୁକ୍ରବାର ଶପଥ ନେବା ସହିତ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ଶୁକ୍ରବାର ପୂର୍ବାହ୍ଣ ୧୦ଟା ୧୫ରେ ରାଜଭବନର ନୂଆ ଅଭିଷେକ ହଲ୍‌ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଚକ୍ରଧାରୀ ଶରଣ ସିଂହ ରାଷ୍ଟ୍ରପତିିଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଡ. କମ୍ଭମପାଟିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରାରମ୍ଭରେ ମୁଖ୍ୟ ସଚିବ ମନୋଜ ଆହୁଜା ରାଷ୍ଟ୍ରପତିଙ୍କ ସ୍ବାକ୍ଷରିତ ନିଯୁକ୍ତିପତ୍ର (ୱାରେଣ୍ଟ ଅଫ୍ ଆପଏଣ୍ଟମେଣ୍ଟ) ପାଠ କରିଥିଲେ। ଶପଥ ପାଠ ପରେ ମୁଖ୍ୟ ସଚିବ ରାଜ୍ୟପାଳଙ୍କ ଅନୁମତିପ୍ରାପ୍ତ ପରେ ଉତ୍ସବର ପରିସମାପ୍ତି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ମଞ୍ଚାସୀନ ଥିଲେ। ଶପଥ ଗ୍ରହଣ ପରେ ନବନିଯୁକ୍ତ ରାଜ୍ୟପାଳଙ୍କ ସମ୍ମାନାର୍ଥେ ରାଜଭବନ ପରିସରରେ ପୁଲିସ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳଙ୍କ ସହଧର୍ମିଣୀ ଜୟଶ୍ରୀ କମ୍ଭମପାଟି ଏବଂ ରାଜ୍ୟପାଳଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ସାଂସଦ, ବିଧାୟକଙ୍କ ସହିତ ରାଜ୍ୟ ଶାସନ ଏବଂ ପୁଲିସ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ, ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍‌ବିଏସ୍‌ ରାଜପୁତ ଏବଂ ନିମନ୍ତ୍ରିତ ଅତିଥି ଏହି ସମାରୋହରେ ଯୋଗ ଦେଇଥିଲେ। ଡିସେମ୍ବର ୨୪ରେ ଓଡ଼ିଶାର ରାଜ୍ୟପାଳ ଭାବରେ ଡ. କମ୍ଭମପାଟିଙ୍କୁ ନିଯୁକ୍ତି ମିଳିଥିଲା। ଗୁରୁବାର ଭୁବନେଶ୍ବରରେ ପହଞ୍ଚି ସେ ପୁରୀ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ପୁରୀ ରାଜଭବନରେ ରାତ୍ରିଯାପନ ପରେ ଶୁକ୍ରବାର ସେ ଭୁବନେଶ୍ବର ଫେରିଥିଲେ। ଏହାପରେ ରାଜଭବନରେ ଶପଥ ନେଇଛନ୍ତି ହରିବାବୁ। ଉଲ୍ଲେଖଯୋଗ୍ୟ, ୧୯୫୩ ମସିହା ଜୁନ୍‌ ୧୫ରେ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲା ଟିମାସମୁଦ୍ରମ୍‌ଠାରେ ଜନ୍ମିତ ଡ. କମ୍ଭମପାଟିଙ୍କ ରାଜନୀତିରେ ଦୀର୍ଘ ଅନୁଭବ ରହିଛି। ଡ. କମ୍ଭମପାଟି ୨୦୨୧ରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories