www.samajalive.in
Saturday, December 6, 2025
15.1 C
Bhubaneswar

ଆରମ୍ଭ ହେଲା କୁମ୍ଭୀର ଗଣନା : ୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ସାତକୋଶିଆ ମନା

ଅନୁଗୁଳ: ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା। ୩ ଦିନ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ କୁମ୍ଭୀର ଗଣନାରେ ୧୪ଟି ଟିମ୍‌ର ମୋଟ୍ ୭୦ କର୍ମଚାରୀ ନିୟୋଜିତ ରହିଛନ୍ତି। ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କୁ ସାତକୋଶିଆ ଆସିବାକୁ ବାରଣ କରାଯାଇଛି। ଏପରିକି ମହାନଦୀରେ ବୋଟିଂ କିମ୍ବା ମାଛ ଧରିବାକୁ ବି ପ୍ରଶାସନ ବାରଣ କରିଛି। ପ୍ରତିବର୍ଷ ଶୀତଋତୁରେ କୁମ୍ଭୀର ଗଣନା କାର୍ଯ୍ୟ କରାଯାଇଥାଏ। ଶୀତ ଦିନେ ଅତ୍ୟଧିକ ଥଣ୍ଡା ଯୋଗୁଁ କୁମ୍ଭୀର ମାନେ ପାଣି ଭିତରୁ ବାହାରି ନଦୀପଠାରେ ଶୋଇ ରହିଥାନ୍ତି। ଫଳରେ ବନ ବିଭାଗକୁ ଗଣନା କାର୍ଯ୍ୟ କରିବାରେ ସହଜ ହୋଇଥାଏ। ୧୭ ଏବଂ ୧୮ ତାରିଖରେ ପକ୍ଷୀ ଗଣନା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories