www.samajalive.in
Sunday, December 7, 2025
16.1 C
Bhubaneswar

ଭାରତ ନୁହେଁ, ମହାତ୍ମା ଗାନ୍ଧୀ ପାକିସ୍ତାନର ଜନକ ମନ୍ତବ୍ୟ: ବଲିଉଡ ଗାୟକ ଅଭିଜିତଙ୍କୁ ଓକିଲ ନୋଟିସ

ମୁମ୍ବଇ: ମହାତ୍ମା ଗାନ୍ଧୀ ଭାରତର ନୁହନ୍ତିି, ବରଂ ପାକିସ୍ତାନର ଜନକ ବୋଲି ମନ୍ତବ୍ୟ ଦେଇ ବଲିଉଡ୍‌ର ଖ୍ୟାତନାମା ଗାୟକ ଅଭିଜିତ ଭଟ୍ଟାଚାର‌୍ୟ୍ୟ ବିବାଦୀୟ ହୋଇପଡିଛନ୍ତି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରର ପୁଣେ ସହର ବାସିନ୍ଦା ମନୀଷ ଦେଶପାଣ୍ଡେ ଅଭିଜିତଙ୍କ ନିକଟକୁ ଓକିଲ ନୋଟିସ ପଠାଇଛନ୍ତି।
ଏଭଳି ମନ୍ତବ୍ୟ ପାଇଁ କ୍ଷମାପ୍ରାର୍ଥନା ନକଲେ, ଭାରତୀୟ ନ୍ୟାୟ ସଂହିତାର ଧାରା ୩୫୩ ଓ ୩୫୬ ଅନୁଯାୟୀ ଅଭିଜିତଙ୍କ ବିରୋଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ମହାତ୍ମା ଗାନ୍ଧୀ ପାକିସ୍ତାନର ଜନକ ଏବଂ ବଲିଉଡ୍‌ ସଙ୍ଗୀତ ନିର୍ଦେଶକ ଆର.ଡି.ବର୍ମନ ମହାତ୍ମା ଗାନ୍ଧୀଙ୍କଠାରୁ ବଡ ବୋଲି ଅଭିଜିତ ଗତମାସରେ ବୟାନ ଦେଇଥିଲେ। ଅଭିଜିତଙ୍କ ଯୁକ୍ତି ହେଉଛି, ବହୁ ପୁରାତନ ଯୁଗରୁ ଭାରତର ସ୍ଥିତି ରହିଛି। ତେବେ ୧୯୪୭ରେ ଭାରତ ବିଭାଜନ ପରେ ପାକିସ୍ତାନ ସୃଷ୍ଟି ହୋଇଛି। ତେଣୁ ମହାତ୍ମା ଗାନ୍ଧୀଙ୍କୁ ଭାରତ ନୁହେଁ, ବରଂ ପାକିସ୍ତାନର ଜନକ (ରାଷ୍ଟ୍ରପିତା) କହିଲେ ଉଚିତ ହେବ ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀଙ୍କୁ ଭାରତର ଜନକ ବୋଲି କହିବା ତ୍ରୁଟିଯୁକ୍ତ ହେବ ବୋଲି ଅଭିଜିତ କହିଛନ୍ତି। ଅପରପକ୍ଷରେ ଏଭଳି ମନ୍ତବ୍ୟ ଦେଇ ଅଭିଜିତ ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଛନ୍ତି ବୋଲି ମନୀଷ ଅଭିଯୋଗ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories