www.samajalive.in
Tuesday, November 18, 2025
27.1 C
Bhubaneswar

ହୁଓ୍ବେଇ ଆଣିଲା ନୂଆ ସ୍ମାର୍ଟଓ୍ବାଚ୍, ଥରେ ଚାର୍ଜ କଲେ ଚାଲିବ ୧୪ ଦିନ

ନୂଆଦିଲ୍ଲୀ : ହୁଓ୍ବେଇ ଭାରତରେ ନିଜ ନୂଆ ସ୍ମାର୍ଟଓ୍ବାଚ୍, ଓ୍ବାଚ୍ ଜିଟି ୫ ପ୍ରୋ ନେଇଆସିଛି । ଏହାର ଦାମ୍ ୨୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ଏହି ସ୍ମାର୍ଟଓ୍ବାଚରେ ଆପଣଙ୍କୁ ସ୍ବାସ୍ଥ୍ୟ ମନିଟରିଂ ଓ ଫିଟନେସ୍ ଟ୍ରାକିଂ ଫିଚର୍ସ ମିଳିବ । ଏହାକୁ ବହୁତ ମଜଭୁତ ଭାବେ ଡିଜାଇନ୍ କରାଯାଇଛି । ଏହି ସ୍ମାର୍ଟଓ୍ବାଚ୍ ଆଇଓଏସ୍ ଓ ଆଣ୍ଡ୍ରଏଡ୍ ଉଭୟରେ କାମ କରିବ ।

ଏଥିରେ ଷ୍ଟ୍ରେସ୍ ମ୍ୟାନଜମେଣ୍ଟ, ହାର୍ଟ ରେଟ୍ ଟ୍ରାକିଂ, ବ୍ଲଡ୍ ଅକ୍ସିଜେନ୍ ମନିଟରିଂ ଓ ଡିଟେଲ୍ ସ୍ଲିପ୍ ଆନାଲିସିସ୍ ସାମିଲ । କମ୍ପାନୀ ଅନୁସାରେ ଏହାର ବିଟ୍-ବାଏ-ବିଟ୍ ଇସିଜି ଆନାଲିସିସ୍ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେବ । ୧୦୦ରୁ ଅଧିକ ଓ୍ବାର୍କଆଉଟ୍ ମୋଡ୍ ଏଥିରେ ପାଇବେ ଗ୍ରାହକ । ଏଥିରେ ଇଣ୍ଟିଗ୍ରେଟେଡ୍ ଜିପିଏସ୍ ମ୍ୟାପ୍ସ ଓ ନେଭିଗେସନ ଫଙ୍କସନ୍ ମଧ୍ୟ ଦିଆଯାଇଛି । ଏହା ଉଭୟ ଜଳ ଏବଂ ଧୂଳିରୋଧୀ । ଏହାକୁ ଗ୍ରାହକ ଆମାଜନ୍ ଓ ଫ୍ଲିପକାର୍ଟରୁ କ୍ରୟ କରିପାରିବେ ।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories