www.samajalive.in
Sunday, December 14, 2025
26.1 C
Bhubaneswar

ଚୀନରେ ଏଚ୍‌ଏମ୍‌ପିଭି ସଂକ୍ରମଣ; ଆତଙ୍କିତ ନ ହେବାକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: ଚୀନରେ ହ୍ୟୁମ୍ୟାନ ମେଟାନ୍ୟୁମୋଭାଇରସ୍‌ (ଏଚ୍‌ଏମ୍‌ପିଭି) ନାମରେ ନୂଆ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଭାରତ ସରକାର ସତର୍କ ହୋଇଛନ୍ତି। ଚୀନର ସଂକ୍ରମଣ ସ୍ଥିତିକୁ ସରକାର ନିୟମିତ ଅନୁଧ୍ୟାନ କରୁଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏହା ସହିତ ନୂଆ ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସେବା ମହାନିର୍ଦେଶକ (ଡିଜିଏଚ୍‌ଏସ୍‌) ଡାକ୍ତର ଅତୁଲ ଗୋୟଲ ଶୁକ୍ରବାର କହିଛନ୍ତି ଯେ ଭାରତରେ ଏଚ୍‌ଏମପିଭି ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେଣୁ ଏଥିପାଇଁ ଭୟଭୀତ ହେବାର ନାହିଁ। ଶ୍ବାସକ୍ରିୟା ଜନିତ କୌଣସି ପ୍ରକାର ସଂକ୍ରମଣ ପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ସହିତ ଯଦି କାହାର କାଶ, ଛିଙ୍କ ଓ ଥଣ୍ଡା ଜ୍ବର ହେଉଥାଏ ତେବେ ସେ ଅନ୍ୟମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍। ଏହାଦ୍ବାରା ସଂକ୍ରମଣ ବୃଦ୍ଧିକୁ ରୋକାଯାଇପାରିବ। ଥଣ୍ଡା ଓ ଜ୍ବର ପାଇଁ ନିୟମିତ ଔଷଧ ସେବନ ଜରୁରୀ। ସାଧାରଣତଃ ଶୀତ ଋତୁରେ ଶ୍ବାସକ୍ରିୟା ଜନିତ ସଂକ୍ରମଣ ବୃଦ୍ଧି ପାଇଥାଏ। ଏଥିପାଇଁ ଡାକ୍ତରଖାନା ଗୁଡିକରେ ଆବଶ୍ୟକ ଶଯ୍ୟା ଓ ଔଷଧ ଯୋଗାଣ ଜାରି ରହିଛି।
କରୋନା ଭଳି ଏଚ୍‌ଏମ୍‌ପିଭି ଭୂତାଣୁ ସଂକ୍ରମଣକୁ ନେଇ ଚୀନରେ ଏବେ ଉଦ୍‌ବେଗ ପ୍ରକାଶ ପାଇଁ। ବହୁ ସଂଖ୍ୟାରେ ଲୋକ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାଗୁଡିକରେ ଭିଡ ପରିଲକ୍ଷିତ ହୋଇଛି। ଡିସେମ୍ବର ୧୬ରୁ ୨୨ ତାରିଖ ମଧ୍ୟରେ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। ଶିଶୁ, ବୟସ୍କ ଓ ପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକଙ୍କୁ ଏହି ଭୂତାଣୁ ଶୀଘ୍ର ସଂକ୍ରମିତ ହେଉଛି। ଏଚ୍‌ଏମ୍‌ପିଭି ସଂକ୍ରମଣକୁ ନେଇ ବିଶ୍ବବ୍ୟାପୀ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଚୀନ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଚୀନ କହିଛି ଯେ ଚଳିତ ବର୍ଷର ଶ୍ବାସକ୍ରିୟା ସଂକ୍ରମଣ ରୋଗ ପୂର୍ବ ବର୍ଷ ଅପେକ୍ଷା କମ୍ ପ୍ରଭାବଶାଳୀ ରହିଛି। ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ ନୂଆ ଭୂତାଣୁ ସଂକ୍ରମଣ ସେପରି ଆତଙ୍କର ବିଷୟ ନୁହେଁ। ବିଦେଶୀ ନାଗରିକଙ୍କ ଗସ୍ତ ପାଇଁ ଚୀନ ନିରାପଦ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories