ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ତଥା ଡିଡିସିଏ ବରିଷ୍ଠ ଚୟନ କମିଟିର ଅଧ୍ୟକ୍ଷ ଅମିତ ଭଣ୍ଡାରୀଙ୍କୁ ଅଣ୍ଡର ୨୩ ଦଳର ଟ୍ରାଏଲ ସମୟରେ ସୋମବାର କେତେକ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଭଣ୍ଡାରୀଙ୍କ ମୁଣ୍ଡ ଏବଂ କାନରେ ଆଘାତ ଲାଗିଛି। ତାଙ୍କୁ ସିଭିଲ ଲାଇନସ୍ଥିତ ସନ୍ତ ପରମାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ପହଞ୍ଚିବାବେଳକୁ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ। ଦିଲ୍ଲୀ ଏବଂ ଜିଲା କ୍ରିକେଟ ସଂଘର ଅଧ୍ୟକ୍ଷ ରଜତ ଶର୍ମା ଆକ୍ରମଣକାରୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ଦିଲ୍ଲୀର ସେଣ୍ଟ ଷ୍ଟିଫନ ପଡ଼ିଆର ମୋରି ଗେଟରେ ଅମିତ ଭଣ୍ଡାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଭଣ୍ଡାରୀ ଏଠାରେ ଅଣ୍ଡର ୨୩ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ହେଉଥିବା ଟ୍ରାଏଲ ପାଇଁ ଆସିଥିଲେ। କୁହାଯାଉଛି ଯେ ଏହି ଟ୍ରାଏଲ ସମୟରେ ଜଣେ ଖେଳାଳିର ଚୟନ ହୋଇନଥିଲା। ଏଥିରେ ଅସନ୍ତୁଷ୍ଟ ଖେଳାଳି ଜଣକ ନିଜର ୪ରୁ ୫ ଜଣ ସାଙ୍ଗଙ୍କୁ ଡ଼ାକି ହକିଷ୍ଟିକ୍, ରଡ଼ ଏବଂ ବାଡ଼ି ନେଇ ଅମିତ ଭଣ୍ଡାରୀଙ୍କୁ ଆକ୍ରମଣ କରିଥିଲେ।
ଡିଡିସିଏ ଅଧ୍ୟକ୍ଷଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
Popular Categories



