www.samajalive.in
Saturday, December 6, 2025
14.1 C
Bhubaneswar

ଜାମ୍ମୁ କଲେଜରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଲେ କାଶ୍ମୀର ଯାତ୍ରୀ, ପୁଲିସ୍‍ର ଲାଠିଚାର୍ଜ

ଶ୍ରୀନଗର : ଜାମ୍ମୁସ୍ଥିତ ସାଇନ୍ସ କଲେଜ ନିକଟରେ ଥିବା ଓକାଫ ଇସଲାମିଆ ବ୍ୟାଜ ଛାତ୍ରାବାସ ବାହାରେ କେତେକ କାଶ୍ମୀର ଯାତ୍ରୀ ସୋମବାର ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେବାରୁ ଲଙ୍କାକାଣ୍ଡ ଘଟିଛି। ଜାମ୍ମୁ ଛାତ୍ରମାନେ କାଶ୍ମୀର ଯାତ୍ରୀଙ୍କୁ ଏହି ସ୍ଲୋଗାନ ଦେବାକୁ ମନା କରିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ୍‍କୁ ଲାଠି ଚାଳନା କରିବାକୁ ପଡ଼ିଛି। ଛାତ୍ରାବାସରେ ଥିବା କାଶ୍ମୀର ଯାତ୍ରୀ ଓ କଲେଜ ଛାତ୍ର ପରସ୍ପରକୁ ଢେଲା ମାଡ଼ କରିଛନ୍ତି। ଏବେ କଲେଜ ଓ ଛାତ୍ରବାସ ପରିସରରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

ସୂଚନା ଅନୁସାରେ କେତେକ କାଶ୍ମୀର ଲୋକ ରବିବାର ଏହି ହଷ୍ଟେଲରେ ରହିଥିଲେ। ସୋମବାର ସକାଳେ ଘରକୁ ନଯାଇ ସେମାନେ ଜାମ୍ମୁ କଲେଜ ନିକଟରେ ପ୍ରଦର୍ଶନ କରୁଥିଲେ। ସେହି ବାଟ ଦେଇ ଯାଉଥିବା ଏକ ବୋଲେରୋ ଉପରେ ପ୍ରଦର୍ଶନକାରୀମାନଙ୍କ ମଧ୍ୟରୁ କେହି ପଥର ମାଡ଼ କରିଥିଲା। ଫଳରେ ବୋଲେରୋରେ ଥିବା ଲୋକ ଏବଂ କାଶ୍ମୀରର ପ୍ରଦର୍ଶନକାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ସେତେବେଳେ ପ୍ରଦର୍ଶନକାରୀମାନେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ। କିଛି ସମୟ ମଧ୍ୟରେ କଲେଜରେ ଛାତ୍ରମାନେ ପ୍ରଦର୍ଶନକାରୀଙ୍କୁ ଘେରି ଯାଇଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ଓ ପଥର ମାଡ଼ ହୋଇଥିଲା। ଖବର ପାଇ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଲାଠି ମାଡ଼ କରିଥିଲା। ଲାଠି ମାଡ଼ରେ କେତେକ କଲେଜ ଛାତ୍ର ଆହତ ହେବା ପରେ ସେମାନେ ସରକାର ଏବଂ ପୁଲିସ୍‍ ବିରୋଧରେ ପ୍ରଦର୍ଶନ କରିଥିଲେ। ଫଳରେ ପୁଲିସ୍‍ କଲେଜ ଓ ଛାତ୍ରାବାସକୁ ଘେରାବନ୍ଦୀ କରି ୧୪୪ ଧାରା ଜାରି କରିଛି। ଘଟଣାକୁ ଦୃଷ୍ଟିରେ ରଖି ପୁଲିସ୍‍ର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡିଆଇଜି, ଏସ୍‍ଏସ୍‍ପି, ସହରର ଉତ୍ତର ଏବଂ ଦକ୍ଷିଣ ଏସ୍‍ପି, ଡିଏସ୍‍ପି ସମେତ ସହରର ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories