www.samajalive.in
Friday, December 5, 2025
20.1 C
Bhubaneswar

ଏସ୍‌ଆଇଟି କରିବ ୟେଦ୍ଦୁରାପ୍ପାଙ୍କ ଅଡିଓ ଟେପ୍‌ର ତଦନ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜେପି ନେତା ବି. ଏସ୍‌. ୟେଦ୍ଦୁରାପ୍ପା ଜଣେ ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଇ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଥିବାର ଏକ ଅଡିଓ ଟେପ୍‌ ଭାଇରାଲ୍‌ ହେବା ଘଟଣାର ତଦନ୍ତ ଏସ୍‌ଆଇଟି କରିବ । ଏହି ଟେପ୍‌କୁ ବି. ଏସ୍‌. ୟେଦ୍ଦୁରାପ୍ପା ଖଣ୍ଡନ କରିଥିଲେ ମଧ୍ୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌. ଡି. କୁମାରସ୍ୱାମୀ ଏହାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହେବ ବୋଲି କହିଛନ୍ତି। ଏସ୍‌ଆଇଟି ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବ। ଫେବୃଆରୀ ୮ରେ ଭାଇରାଲ୍‌ ହୋଇଥିବା ଅଡିଓ ଟେପରେ ୟେଦ୍ଦୁରାପ୍ପା, ବିଜେପି ବିଧାୟକ ଦେବଦୁର୍ଗ ସିଵାନଗୋଡା ନାୟକ ଏବଂ ନନ୍ଦ ଗୌଡ଼ କନ୍ଦକୁରଙ୍କ ମଧ୍ୟରେ ବାର୍ତ୍ତାଳାପ ରହିଛି । ବିଜେପିର ଉଭୟ ନେତା ନନ୍ଦ ଗୌଡ଼ଙ୍କୁ ଅର୍ଥ ଓ କ୍ଷମତା ବଦଳରେ ଦଳ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିବା ଅଭିଯୋଗ ହୋଇଛି । ବାଚସ୍ପତି କେ. ଆର. ରମେଶ କୁମାର ମଧ୍ୟ ଅର୍ଥ ବଦଳରେ ଇସ୍ତଫା ଦେଉଥିବା କଥା ସେମାନେ କହିଥିଲେ । ସୋମବାର ଦିନ ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ବାଚସ୍ପତି ନିଜ ଆଡୁ ଏହି ପ୍ରସଙ୍ଗ ଉତଥାପନ କରି କହିଥିଲେ ଯେ ସେହି ଅଡିଓ ଟେପରେ ସେ ୫୦ କୋଟି ଟଙ୍କାରେ ତୁରନ୍ତ ଇସ୍ତଫା ଗ୍ରହଣ କରିବା କଥା ମଧ୍ୟ ରହିଛି । ପରେ ମୁଖ୍ୟମନ୍ତ୍ରୀ ଏସ୍‌ଆଇଟି ଘଟଣାର ତଦନ୍ତ କରିବ ବୋଲି ଘୋଷଣା କରିଥିଲେ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories