www.samajalive.in
Saturday, December 6, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୧ ଦଫା ଦାବି ନେଇ ମୋହନା ବ୍ଳକ ସରପଞ୍ଚଙ୍କ ଜରୁରୀ ବୈଠକ

ମୋହନା : ମୋହନା ବ୍ଳକର ୩୯ଟି ପଞ୍ଚାୟତର ସରପଞ୍ଚଙ୍କୁ ନେଇ ଗଜପତି ଜିଲା ସରପଞ୍ଚ ମହାସଂଘର ଜିଲ୍ଲା ସଭାପତି ଯୋହନ ଦଳବେହେରାଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସରପଞ୍ଚ ସଂଘର ସଭାପତି ରୁଟୁ ମଳିକ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସରକାର ଜାଣି ଶୁଣୀ ସରପଞ୍ଚ ମାନଙ୍କୁ ଅଣଦେଖା କରୁଥିବା ସହ ପଞ୍ଚାୟତର ବିଭିନ୍ନ ସୁବିଧା ଓ ଅସୁବିଧା ବିଷୟରେ ଅବହେଳା କରୁଥିବା ସମସ୍ୟା ଗୁଡିକ ଉପରେ ଆଲୋଚନା କରାଯାଇଥିଲା। ସେମାନଙ୍କର ଦାବି ଗୁଡିକ ମଧ୍ୟରେ ପଞ୍ଚାୟତର ସମ୍ବିଧାନ ନିୟମ ଅନୁଯାୟୀ ୨୯ ଗୋଟି ବିଭାଗର ସମ୍ପୂର୍ଣ୍ଣ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯିବା, ପଞ୍ଚାୟତରେ ଖାଲି ପଡିଥିବା ପଦବୀ ପିଇଓ, ଜିଆରଏସ, ଜିପିଟିଏ, ଯୋଗାଣ ସହାୟକ, ପିଅନ, ରାତ୍ର ଜଗୁଆଳ ଆଦି ପଦବୀ ପୂରଣ କରିବା ସହିତ ସେମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଦ୍ୱାରା ଦରମା ଦେବାର ବ୍ୟବସ୍ତା କରିବା, ଗ୍ରାମ ପଞ୍ଚାୟତର ଜରୁରୀ କାଳୀନ କାର୍ଯ୍ୟ କରିବା ନିମନ୍ତେ ସରପଞ୍ଚ ହାତପାଣ୍ଠି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ସରପଞ୍ଚ ଓ ୱାର୍ଡ ସଭ୍ୟ/ସଭ୍ୟା ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ଆକ୍ରୋଷ ମୂଳକ ଓ ଅକାଳ ବିୟୋଗ ଜନିତ ପ୍ରାଣହାନୀ ଘଟିଲେ ଅନୁକମ୍ପା ମୂଳକ ରାଶି ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା, ବାର୍ଷିକ ଗ୍ରସ୍ତ ଖର୍ଚ୍ଚ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବା, ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପାଇଁ ପଂଚାୟତ ଭବନ ନିର୍ମାଣ କରିବା, ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ପରିଚୟ ପତ୍ର ପ୍ରଦାନ କରିବା, ସରପଞ୍ଚ ମାନଙ୍କ ପାଇଁ ମାସିକ ପାଉଣା ୧୮୮୦ ଟଙ୍କାରୁ ୧୮ ହଜାର ୫୪୭.୫୦ ପଇସାକୁ ବୃଦ୍ଧି କରିବା, ନାଏବ ସରପଂଚ ଓ ୱାର୍ଡ ସଭ୍ୟ/ସଭ୍ୟାମାନଙ୍କ ମାସିକ ପାଉଣା ୨୪୦ ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ଅବସର ପରେ ଅବସର କଳୀନ ଭତା ପାଉଥିବା ଭତାର ଶତକଡା ୫୦ ଭାଗ ରାଶି ପ୍ରଦାନ କରିବା ଏବଂ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ସମସ୍ତ ଅନୁଦାନକୁ ସୂଚାରୁ ରୂପେ ସମ୍ପାଦନ ପାଇଁ ପଦାଧିକାରୀମାନେ ସହଯୋଗ କରିବା ସହ ପଂଚାୟତ ସ୍ତରରେ ଯେ କୌଣସି ଉନ୍ନତ ମୂଳକ କାର୍ଯ୍ୟ ଓ ଯୋଜନାର ତଥ୍ୟ ସମ୍ବନ୍ଧୀୟ ଖବର ଜାଣିବା ପାଇଁ ପଂଚାୟତ ସରକାର ଓ ଜନପ୍ରତିନିଧିମାନଙ୍କୁ ପକ୍ଷ କରିବା ଆଦି ଦାବି ଗୁଡିକୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତଭାବେ ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ମୋହନା ସରପଞ୍ଚ ଶେଖର ମଳିକ, ଅଡବା ସରପଞ୍ଚ ପ୍ରଦୀପ ଦଳବେହେରା, ଲୁହାଗୁଡି ସରପଞ୍ଚ ଲକ୍ଷ୍ମୀ ଶବର, ଆଲିଗଣ୍ଡା ସରପଞ୍ଚ ବସନ୍ତ ମଳିକଙ୍କ ସମେତ ବହୁ ସରପଞ୍ଚ ବୈଠକରେ ଉପସ୍ଥିତ ଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories