ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ଟାଟା ପାୱାର ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବିଦ୍ୟୁତ ଉପଭୋକ୍ତା ମହାସଂଘ ସଦସ୍ୟ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ ୨୦୨୯ ମସିହାରେ ବିଦ୍ୟୁତ ଉପଭୋକ୍ତଙ୍କ ଠାରୁ ସୁରକ୍ଷା ଜମା ଆଦାୟ କରାଯାଇଛି । ଏବେ ପୁଣି ଅତିରିକ୍ତ ସୁରକ୍ଷା ଜମା ଆଦାୟ ଦୋବକୁ ଦାବି ଆସିଛି । ସେହି ଅନୁସାରେ ଉପଭୋକ୍ତାମାନେ ପୁଣି ଥରେ ସୁରକ୍ଷା ଜମା ରାଶି ଦେବେ । ଏହାକୁ ବିରୋଧ କରିବା ପାଇଁ ଓଡ଼ିଶା ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଏକାଠି ହୋଇ ଆଲୋଚନା କରିଛନ୍ତି । ଏଥିରେ କୁହାଯାଇଛି ଯେ ଏକ ଚିଠି ଲେଖି ଓଇଆରସିଙ୍କୁ ପ୍ରଦାନ କରାଯିବ ।
Popular Categories



